ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଶା ବନ୍ଦର ନୀତିକୁ ଅନୁମୋଦନ

ଆଜି ରାଜ୍ୟ କ୍ୟାବିନେଟ୍ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ୧୭ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଓଡ଼ିଶା ବନ୍ଦର ନୀତି ୨୦୨୨କୁ କ୍ୟାବିନେଟ ପକ୍ଷରୁ ଅନୁମୋଦନ ମିଳିଛି । ସାମୁଦ୍ରିକ ସଂରଚନାର ସର୍ବାଙ୍ଗୀନ ବିକାଶ ଉପରେ ଗୁରୁତ୍ବ ଦିଆଯାଇଛି।
ଏହି ନୀତି ଅନୁସାରେ ଅନ୍ତର୍ଦେଶୀୟ ଜଳପଥ ଓ କ୍ଷୁଦ୍ର ବନ୍ଦରର ବିକାଶ ହୋଇପାରିବ।ବନ୍ଦର କ୍ଷେତ୍ରରେ ଘରୋଇ ପୁଂଜି ନିବେଶକୁ ପ୍ରୋତ୍ସାହିତ ଦେବ। ବନ୍ଦର ଏବଂ ବନ୍ଦର ସଂପର୍କୀତ ଶିଳ୍ପ ସମୂହ ମଧ୍ୟ ବିକାଶ ହେବ। ସେହିପରି ସାମୁଦ୍ରିକ ପର୍ଯ୍ୟଟନ, ବହୁମୁଖୀ ଜେଟି ଆଦିକୁ ଏହି ନୀତି ପ୍ରୋତ୍ସାହନ ଯୋଗାଇବ।
ରାଜ୍ୟ କ୍ୟାବିନେଟ୍ରେ ଶିଶୁ ନୀତି-୨୦୨୨ ‘ପ୍ରାରମ୍ଭ’କୁ ମଧ୍ୟ ଅନୁମୋଦନ ମିଳିଛି। ଶିଶୁମାନଙ୍କର ବଞ୍ଚିବାର ଅଧିକାର ଓ ସୁରକ୍ଷାକୁ ଏହି ନୂଆ ନୀତି ଗୁରୁତ୍ବ ଦେବ। ଶିଶୁମାନଙ୍କ ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ଓ ଶିକ୍ଷା ଅଧିକାରକୁ ଗୁରୁତ୍ବ ଦେବ।
କଟକ ଜିଲ୍ଲାରେ ପ୍ରବାହିତ ହାଡୁଆ ନଦୀର ବିକାଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ନଦୀରେ ଜଳଭଣ୍ଡାର ନିର୍ମାଣ ହେବ। ଏଥିପାଇଁ ୨୨୫ କୋଟି ଟଙ୍କା ବ୍ୟୟ କରାଯିବ।