Breaking PLUSଓଡ଼ିଶାମୁଖ୍ୟ ଖବର

ଶ୍ରେଷ୍ଠ ରାଜ୍ୟ ତାଲିକାରେ ଓଡିଶା

ଇକୋନୋମିକ୍ ସର୍ଭେ ରିପୋର୍ଟ

ଦେଶର ପ୍ରମୁଖ ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ବିତ୍ତୀୟ ପରିଚାଳନା ବେଶ ଉନ୍ନତ ରହିଛି। ବିଭିନ୍ନ କ୍ଷେତ୍ରରେ ଏହାର ପ୍ରଦର୍ଶନ ଆଶାନୁରୂପ ରହିଛି। ୧୭ଟି ପ୍ରମୁଖ ରାଜ୍ୟର ସାମଗ୍ରିକ ଆର୍ଥିକ ସ୍ଥିତିକୁ ନେଇ ପ୍ରସ୍ତୁତ କରାଯାଇଥିବା ଏକ ତାଲିକାରେ ଓଡ଼ିଶା ସ୍ଥାନ ପାଇଛି। ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ରାଜ୍ୟ ଭାବେ ମହାରାଷ୍ଟ୍ର ଏକ ନମ୍ବର ସ୍ଥାନରେ ଥିବା ବେଳେ ଛତିଶଗଡ଼ ଦ୍ବିତୀୟ ସ୍ଥାନରେ ରହିଛି। ଡ୍ୟୁସ୍‌ ବ୍ୟାଙ୍କର ମୁଖ୍ୟ ଅର୍ଥନୀତିଜ୍ଞ କୌଶିକ ଦାସ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ୨୦୨୨-୨୩ ଆର୍ଥିକ ବର୍ଷର ସଂଶୋଧିତ ବଜେଟ୍‌ ଆକଳନ ଅନୁସାରେ ପ୍ରସ୍ତୁତ କରାଯାଇଥିବା ତାଲିକାରେ ଶ୍ରେଷ୍ଠ ପ୍ରଦର୍ଶନକାରୀ ରାଜ୍ୟ ଭାବେ ମହାରାଷ୍ଟ୍ର ଶୀର୍ଷ ସ୍ଥାନରେ ଥିବା ବେଳେ ଏହା ପଛକୁ ରହିଛନ୍ତି ଛତିଶଗଡ଼, ଓଡ଼ିଶା, ତେଲେଙ୍ଗାନା ଓ ଝାଡ଼ଖଣ୍ଡ। ପଶ୍ଚିମବଙ୍ଗ, ପଞ୍ଜାବ, ବିହାର, ରାଜସ୍ଥାନ, ଉତ୍ତରପ୍ରଦେଶ ଓ କେରଳ ସ୍ଥିତି ସବୁଠୁ ଖରାପ ରହିଛି।

Show More

Related Articles

Back to top button