Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ କମୁଛି କରୋନା ପ୍ରକୋପ, ଗତ ୨୪ ଘଣ୍ଟା ମଧ୍ୟରେ ୨୧୩୮ ଜଣ କରୋନା ପଜେଟିଭ ରୋଗୀ ଚିହ୍ନଟ

ରାଜ୍ୟରେ ଧିରେ ଧିରେ କମୁଛି ମହାମାରୀ କରୋନାର ପ୍ରକୋପ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରୁ ୨୧୩୮ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଓ ସ୍ଥାନୀୟ ଅଞ୍ଚଳରୁ ୮୮୭ ଜଣ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ଧିରେ ଧିରେ କମୁଛି ମହାମାରୀ କରୋନାର ପ୍ରକୋପ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୩୦ ଜିଲ୍ଲାରୁ ୨୧୩୮ ଜଣ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୧୨୫୧ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବା ବେଳେ ଓ ସ୍ଥାନୀୟ ଅଞ୍ଚଳରୁ ୮୮୭ ଜଣ କରୋନା ପଜେଟିଭ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨,୬୪,୧୪୯କୁ ବୃଦ୍ଧି ପାଇଛି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

୨୧୩୮ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଳାରୁ ସର୍ବାଧିକ ୩୬୧ ଜଣ ଥିବାବେଳେ କଟକରୁ ୧୫୬, ଅନୁଗୁଳରୁ ୧୫୧, ବାଲେଶ୍ୱରରୁ ୫୭, ବରଗଡ଼ରୁ ୭୩, ଭଦ୍ରକରୁ ୪୭, ବଲାଙ୍ଗିରରୁ ୭୯, ବୌଦ୍ଧରୁ ୨୧, ଦେବଗଡ଼ରୁ ୯, ଢେଙ୍କାନାଳରୁ ୩୮, ଗଜପତିରୁ ୮, ଗଞ୍ଜାମରୁ ୧୮, ଜଗତସିଂହପୁରରୁ ୬୬, ଯାଜପୁରରୁ ୭୧, ଝାରସୁଗୁଡ଼ାରୁ ୫୫, କଳାହାଣ୍ଡିରୁ ୫୧, କନ୍ଧମାଳରୁ ୨୪, କେନ୍ଦ୍ରାପଡ଼ାରୁ ୭୨, କେନ୍ଦୁଝରରୁ ୪୬, କୋରାପୁଟରୁ ୩୮, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୧୧୯, ନବରଙ୍ଗପୁରରୁ ୨୧, ନୟାଗଡ଼ରୁ ୩୧, ନୂଆପଡ଼ାରୁ ୪୧, ପୁରୀରୁ ୭୩, ରାୟଗଡ଼ାରୁ ୨୫, ସମ୍ବଲପୁରରୁ ୫୩, ସୋନପୁରରୁ ୮୦, ସୁନ୍ଦରଗଡ଼ରୁ ୧୩୭ ଏବଂ ଷ୍ଟେଟ୍ ଫୁଲ୍‌ରୁ ୬୨ ଜଣ ଅଛନ୍ତି ।

ରାଜ୍ୟରେ ଏ ପର୍ଯ୍ୟନ୍ତ ୩୯, ୫୯, ୭୧୨ କରୋନା ନମୁନା ପରୀକ୍ଷଣ ହୋଇଛି । ଶୁକ୍ରବାର ସକାଳ ସୁଦ୍ଧା ୨ ଲକ୍ଷ ୬୪ ହଜାର ୧୪୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୨,୩୮, ୫୩୫ ଜଣ ସୁସ୍ଥ ହୋଇଛନ୍ତି। ୨୪, ୪୫୭ ଜଣ ବିଭିନ୍ନ କୋଭିଡ୍ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଏବଂ ୧୧୦୪ ଜଣଙ୍କର ମୃତ୍ୟୁ ହୋଇଛି ।

Tags
Show More

Related Articles

Back to top button
Close