ଜୀବନଚର୍ଯ୍ୟା

ଉତ୍ତମ ତ୍ୱଚାର ବନ୍ଧୁ ମହୁ

ଶୁଦ୍ଧ ମହୁ ନିୟମିତ ୧ଚାମଚ ଖାଇଲେ ତ୍ବଚାକୁ ଭରପୂର ପୋଷକତତ୍ତ୍ବ ମିଳିଥାଏ। କେଶ ଓ ତ୍ବଚାର ଯତ୍ନରେ ମହୁର ଭୂମିକା ଗୁରୁତ୍ବପୂର୍ଣ୍ଣ। ସୌନ୍ଦର୍ଯ୍ୟ ବିଶେଷଜ୍ଞ ଶେହନାଜ୍ ହୁସୈନ୍‌ଙ୍କ ମତରେ ମହୁ ତ୍ବଚା ପାଇଁ ପ୍ରାକୃତିକ ମଏଶ୍ଚରାଇଜର୍ ପରି କାମ କରେ।

– ଚିନି ପରିବର୍ତ୍ତେ ଖାଦ୍ୟରେ ମହୁର ବ୍ୟବହାର କରନ୍ତୁ। ଏହା ଆମ ରକ୍ତ ପରିଷ୍କାର କରିବାରେ ସହାୟକ ହୋଇଥାଏ। ବ୍ରଣ ସମସ୍ୟା ହେଉଥିଲେ ଦୈନିକ ଉଷୁମ ପାଣିରେ ମହୁ ମିଶାଇ ପିଇଲେ ଲାଭ ମିଳେ।
– ତ୍ବଚାରେ ଦାଗ ହୋଇଥିଲେ, ୧ଚାମଚ ମହୁରେ ଚିମୁଟାଏ ହଳଦୀ ମିଶାଇ ସେହି ସ୍ଥାନରେ ଲଗାଇ ୨୦ ମିନିଟ୍ ପରେ ଧୋଇନେବେ। ଦାଗ ଦୂର କରିବା ନିମନ୍ତେ ଏହା ଏକ ଉତ୍ତମ ପ୍ୟାକ୍।
– ପାଚିଲା କଦଳୀକୁ ଭଲରେ ଚକଟି ସେଥିରେ ୧ଚାମଚ ମହୁ ମିଶାଇ ମୁହଁ, ହାତରେ ଲଗାଇ ୩୦ ମିନିଟ୍ ପରେ ସ୍ନାନ କରନ୍ତୁ। ଶୀତଦିନେ ଏହି ପ୍ୟାକ୍ ଲଗାଇଲେ ତାହା ମଏଶ୍ଚରାଇଜର୍ ଭଳି କାମ କରେ।

– କେଶ ଶୁଷ୍କ ହୋଇ ରୁପି ହେଉଥିଲେ, ଅଁଳା ଗୁଣ୍ଡରେ ମହୁ ମିଶାଇ କେଶରେ ଲଗାଇ ୧୫ ମିନିଟ୍ ପରେ ଶ୍ୟାମ୍ପୁ କରିନେବେ। ସପ୍ତାହକୁ ଥରୁଟିଏ ଏହି ପ୍ୟାକ୍ ଲଗାଇଲେ ରୁପି ଦୂର ହୋଇଯିବ।
– ଶୁଦ୍ଧ ମହୁ ଦୈନିକ ତ୍ବଚାରେ ଲଗାଇଲେ ତ୍ବଚା ସଂକ୍ରମଣ ହୋଇନଥାଏ। ମହୁରେ ଲେମ୍ବୁ ରସ ମିଶାଇ ଲଗାଇଲେ ତାହା ବ୍ଲିଚିଂ କରି କାମ କରୁଥିବାର ସୌନ୍ଦର୍ଯ୍ୟ ବିଶେଷଜ୍ଞଙ୍କ ମତ।
– ସନ୍ ବର୍ଣ୍ଣ ହୋଇଥିଲେ ମହୁରେ ଘି-କୁଆଁରୀ ରସ ମିଶାଇ ଲଗାଇଲେ ଲାଭ ମିଳେ।

Show More

Related Articles

Back to top button