Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୪୫,୬୭୬ ଟି କରୋନା ନମୂନା ପରୀକ୍ଷଣ

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ନମୁନା ଟେଷ୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଜଣାଇଛି । ଆରଟିପିସିଆରରେ ୭ ହଜାର ୮୯୯, ଆଣ୍ଟିଜେନରେ ୩୭ ହଜାର ୬୪୯ ଓ ଟ୍ରୁନଟ୍ ମାଧ୍ୟମରେ ୧୨୮ଟି କରୋନା ନମୁନା ଟେଷ୍ଟ କରାଯାଇଛି ।

ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୫ ହଜାର ୬୭୬ କରୋନା ନମୁନା ଟେଷ୍ଟ ହୋଇଛି ବୋଲି ସ୍ୱାସ୍ଥ୍ୟ ବିଭାଗ ଜଣାଇଛି । ଆରଟିପିସିଆରରେ ୭ ହଜାର ୮୯୯, ଆଣ୍ଟିଜେନରେ ୩୭ ହଜାର ୬୪୯ ଓ ଟ୍ରୁନଟ୍ ମାଧ୍ୟମରେ ୧୨୮ଟି କରୋନା ନମୁନା ଟେଷ୍ଟ କରାଯାଇଛି ।

କେନ୍ଦ୍ରାପଡ଼ାରେ ସର୍ବାଧିକ ୭,୫୦୬ନମୁନା ପରୀକ୍ଷା ହୋଇଥିବା ବେଳେ କେନ୍ଦୁଝରରେ ୩,୦୯୨, ମୟୂରଭଞ୍ଜରେ ୩ ହଜାର ୫୬୭ ଓ ଗଞ୍ଜାମରେ ୪,୭୮୯ ଟେଷ୍ଟ ହୋଇଛି ।

ରାଜ୍ୟରେ କୋଭିଡ ଟେଷ୍ଟ ସଂଖ୍ୟା ଇତିମଧ୍ୟରେ ୨୮ ଲକ୍ଷ ଟପିଛି । କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଟେଷ୍ଟିଂକୁ ଗୁରୁତ୍ୱ ଦେଇ ପୂର୍ବରୁ ପ୍ରତିଦିନ ୫୦ ହଜାର ନମୁନା ପରୀକ୍ଷା କରୁଥିବା ବେଳେ ଏବେ ସେଥିରେ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି ।

ଗତ କିଛି ଦିନ ହେବ ରାଜ୍ୟରେ ୪୦ ହଜାରରୁ ଅଧିକ ନମୁନା ପରୀକ୍ଷା କରାଯାଉଛି।

Show More

Related Articles

Back to top button