Breaking PLUSଓଡ଼ିଶାମୁଖ୍ୟ ଖବର

କୋଭିଡ କଟକଣା ମଧ୍ୟରେ ଯାତ୍ରା, ସିନେମା, ଅପେରା ଓ ଡ୍ରାମା ପାଇଁ ମିଳିଲା ଅନୁମତି

ରାଜ୍ୟରେ ବର୍ତ୍ତମାନ କରୋନା ସ୍ଥିତିରେ ଧିରେଧିରେ ସୁଧାର ଆସୁଛି । ଏନେଇ ସରକାର ବିଭିନ୍ନ ଅନୁଷ୍ଠାନକୁ ଧୀରେଧୀରେ ଖୋଲିବାକୁ ଅନୁମତି ଦେଉଛନ୍ତି । ପୂର୍ବରୁ ସ୍କୁଲ ଖୋଲିବାକୁ ଅନୁମତି ମିଳିସାରିଥିବା ବେଳେ ବର୍ତ୍ତମାନ ଯାତ୍ରା, ସିନେମା, ଅପେରା ଓ ଡ୍ରାମା ପାଇଁ ଅନୁମତି ଦିଆଯାଇଛି ।

କୋଭିଡ୍ କଟକଣା ମଧ୍ୟରେ ଏହିସବୁ ଉତ୍ସବଗୁଡ଼ିକୁ ସରକାରଙ୍କ ପକ୍ଷରୁ ଅନୁମତି ଦିଆଯାଇଛି । ଏନେଇ ସ୍ପେଶାଲ ରିଲିଫ୍ କମିଶନର (ଏସଆରସି)ଙ୍କ ପକ୍ଷରୁ ସ୍ୱତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ଏଥିପାଇଁ ଜିଲ୍ଲାପାଳ, ଏସପି ଓ ମ୍ୟୁନିସିପାଲ କମିଶନରଙ୍କଠାରୁ ଅନୁମତି ନେବାକୁ ପଡ଼ିବ । ତେବେ ଏହି ନିୟମ ଆଜିଠାରୁ କାର୍ଯ୍ୟକାରୀ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି ।

ନୂଆ ଗାଇଡଲାଇନ୍ ଅନୁଯାୟୀ, ଖୋଲା ପଡ଼ିଆରେ ୨ ହଜାର ଲୋକ ସାମାଜିକ ଦୂରତ୍ୱ ରଖି ବସିପାରିବେ । ଅନଲାଇନରେ କିମ୍ବା ଅଧିକ କାଉଣ୍ଟରରେ ଟିକେଟ ବିକ୍ରି ନିର୍ଦ୍ଦେଶ ଦିଆଯାଇଛି । ଇଣ୍ଡୋର ହଲରେ ୫୦ ପ୍ରତିଶତରୁ ଅଧିକ ଦର୍ଶକ ବସିପାରିବେ ନାହିଁ । ସ୍ଥାନୀୟ ପରିସ୍ଥିତିକୁ ଦେଖି କର୍ତ୍ତୃପକ୍ଷ ସଂଖ୍ୟା ନିର୍ଦ୍ଧାରଣ କରିବେ । ୭୨ ଘଣ୍ଟା ପୂର୍ବରୁ ମିଳିଥିବା ଆଣ୍ଟିଜେନ କିମ୍ବା ଆରଟିପିସିଆର ଟେଷ୍ଟ ରିପୋର୍ଟ ଦେଖି ଉତ୍ସବରେ ବସିବାର ଅନୁମତି ମିଳିବ । ସଂସ୍ଥାର ମାଲିକମାନେ କୋଭିଡ୍-୧୯ ପ୍ରୋଟୋକଲକୁ ଠିକ୍ ଭାବେ ମାନିବାକୁ ଗୁରୁତ୍ୱ ଦେବେ । ଯେଉଁମାନଙ୍କର ଇନଫ୍ଲୁଏନଜା ସଂକ୍ରମଣ ଥିବା ସେମାନଙ୍କୁ ଉତ୍ସବକୁ ବାରଣ କରାଯାଇଛି । ଗୁଟଖା, ପାନ ଆଦି ଉତ୍ସବସ୍ଥଳରେ ନିଷେଧ କରାଯାଇଥିବା ଜଣାପଡ଼ିଛି ।

Show More

Related Articles

Back to top button