ଓଡ଼ିଶାମୁଖ୍ୟ ଖବର

ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ଏବେ ନିଷ୍ପତ୍ତି ହୋଇନି : ଗଣଶିକ୍ଷା ମନ୍ତ୍ରୀ

ଏବେ ଖୋଲିବନି ପ୍ରଥମରୁ ପଞ୍ଚମ ଶ୍ରେଣୀ ।

ଅଫଲାଇନ୍ କ୍ଲାସ୍ ନେଇ ପରେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ତେବେ ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ କୋଭିଡ୍ ର ତୃତୀୟ ଲହର ଯିବା ନେଇ କୌଣସି ନିର୍ଦ୍ଧିଷ୍ଟ ସୂଚନା ଦେଇନାହାନ୍ତି । ତେଣୁ ତୃତୀୟ ଲହରର ଆଶଙ୍କା ଏବେ ବି ରହିଛି । ତେଣୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ କୌଣସି ନିଷ୍ପତ୍ତି ନିଆଯାଇନାହିଁ । ଯେହେତୁ ସେମାନେ ଛୋଟ ପିଲା ସେମାନଙ୍କୁ ସାମାଜିକ ଦୂରତାର ଅର୍ଥ ବୁଝାଇବା କିଛି ମାନେ ନାହିଁ ।

ଯେହେତୁ ପିଲାମାନେ ଦେଢ ବର୍ଷ ହେବ ସ୍କୁଲକୁ ଯାଇନାହାନ୍ତି ସେମାନଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସମ୍ଭବପର ହେବନାହିଁ । ସେ ଦୃଷ୍ଟିକୋଣରୁ ପ୍ରଥମରୁ ପଞ୍ଚମ ଶ୍ରେଣୀ ଖୋଲିବା ନେଇ ସରକାର ଏପର୍ଯ୍ୟନ୍ତ କିଛି ନିଷ୍ପତ୍ତି ନେଇନାହାନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।

Show More

Related Articles

Back to top button