Breaking PLUSଓଡ଼ିଶାମୁଖ୍ୟ ଖବର

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ଆଜିଠୁ ବିଜେଡ଼ିର ବିକ୍ଷୋଭ ପ୍ରଦର୍ଶନ

ଗ୍ୟାସ ଦର ବୃଦ୍ଧି ପ୍ରତିବାଦରେ ରାସ୍ତାକୁ ଓହ୍ଲାଇଛି ବିଜେଡି । ଆଉ ଚଳିବନି କେନ୍ଦ୍ରର ମନ୍‌ମାନି । ବର୍ଦ୍ଧିତ ଗ୍ୟାସ ଦର ପ୍ରତିବାଦରେ ଆଜିଠାରୁ ୩ଦିନ ଧରି ବିକ୍ଷୋଭ କରିବ ବିଜେଡି । ରାସ୍ତାକୁ ଓହ୍ଲାଇଛନ୍ତି ବିଜେଡି ଯୁବ, ଛାତ୍ର ଓ ମହିଳା ସଂଗଠନ । ଆର୍‌ଡିସି ଓ ବ୍ଲକ୍ ଅଫିସ୍ ସମ୍ମୁଖରେ ଧାରଣା ଦିଆଯିବା ସହ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ଦିଆଯିବ ।

ଦର ନିୟନ୍ତ୍ରଣ ହେବା ଯାଏ ପୁରପଲ୍ଲୀରେ ବିଜେଡି ଆନ୍ଦୋଳନ ଜାରି ରଖିବ । ପ୍ରତି ଘରକୁ ଯାଇ କେନ୍ଦ୍ର ସରକାରଙ୍କ ବିଫଳତା ସମ୍ପର୍କରେ ଲୋକଙ୍କୁ ବୁଝାଇ ଆନ୍ଦୋଳନରେ ସାମିଲ କରାଯିବ । ଅଚ୍ଛେ ଦିନ୍‌ର ସ୍ୱପ୍ନ ଦେଖାଇ ଗରିବଙ୍କୁ ଠକିଛନ୍ତି କେନ୍ଦ୍ର ସରକାର । ଫେଲ ମାରିଛି କେନ୍ଦ୍ରର ଉଜ୍ୱଳା ଯୋଜନା । ଗତ ସାଢେ ତିନି ବର୍ଷରେ ରନ୍ଧନ ଗ୍ୟାସର ମୂଲ୍ୟ ୭୦ ପ୍ରତିଶତ ବୃଦ୍ଧି ପାଇଛି । ୩ବର୍ଷ ତଳେ ଗ୍ୟାସ ଦର ୫୪୯ ଟଙ୍କା ଥିଲା ।

ଏବେ ଏହା ୭୦ ପ୍ରତିଶତ ବଢି ହଜାରେ ଟଙ୍କାରେ ପହଞ୍ଚିଛି । ରାଜ୍ୟରେ ଉଜ୍ୱଳା ଯୋଜନାର ସିଲିଣ୍ଡର ରିଫିଲିଂ କମୁଥିବା ସିଏଜି ରିପୋର୍ଟ ଦେଇଛନ୍ତି । ସେହିପରି ଜାତୀୟ ପରିବାର କଲ୍ୟାଣ ସର୍ଭେ କହୁଛି ୯୮ ପ୍ରତିଶତ ନୁହେଁ, ମାତ୍ର ୨୦ ପ୍ରତିଶତ ସିଲିଣ୍ଡର ବ୍ୟବହାର ହେଉଛି । ଯାହା ଉଜ୍ୱଳା ଯୋଜନାର ବିଫଳତାକୁ ଦର୍ଶାଉଛି ।

Show More

Related Articles

Back to top button