Breaking PLUSଓଡ଼ିଶାବିଧାନସଭା

ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୃହରେ ଖର୍ଚ୍ଚ ଦାବି ପାରିତ

ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଖର୍ଚ୍ଚ ଦାବି ପାରିତ ହୋଇଛି । ମନ୍ତ୍ରୀ ପ୍ରତାପ ଜେନା ଆଜି ଖର୍ଚ୍ଚ ଦାବି ଉପସ୍ଥାପନ କରିଛନ୍ତି । ଖର୍ଚ୍ଚ ଦାବି ଉପସ୍ଥାପନ ବେଳେ ମନ୍ତ୍ରୀଙ୍କ ସାମ୍ନାରେ ବିରୋଧୀଙ୍କ ଦ୍ଵାରା ପ୍ରବଳ ହଟ୍ଟଗୋଳ କରାଯାଇଛି । ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ମୁଖରେ କଂଗ୍ରେସ ନେତା ତାରା ବାହିନୀପତି ଘଣ୍ଟ ପିଟି ବିରୋଧ କରିଥିଲେ ।

ଏହିସମୟରେ ପ୍ରବଳ ହୋ-ହଲ୍ଲା, ପାଟିତୁଣ୍ଡ ହେବା ସହ ବିରୋଧୀ ମାନେ ବାଚସ୍ପତିଙ୍କ ଉପରକୁ ପ୍ଲାକାର୍ଡ ମଧ୍ୟ ଫିଙ୍ଗିଥିଲେ । କିନ୍ତୁ ଏହି ହଟ୍ଟଗୋଳ ସତ୍ତ୍ୱେ ମଧ୍ୟ ଖର୍ଚ୍ଚ ଦାବି ପାରିତ ହୋଇଛି ।

ପାନୀୟ ଜଳଯୋଗାଣ ପାଇଁ ୧୨୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଥିବା ବେଳେ ନଳକୂପ ପାଇଁ ୪୧ କୋଟି ୬୬ ଲକ୍ଷ, ଗ୍ରାମୀଣ ହାଟର ବିକାଶ ପାଇଁ ୫୦ କୋଟି, ରାସ୍ତାର ଆଲୋକିକରଣ ପାଇଁ ୬୫ କୋଟି ୬୬ ଲକ୍ଷ, ସବୁଦିନିଆ ରାସ୍ତାର ସଂଯୋଗୀକରଣ ପାଇଁ ୯୭ କୋଟି ୬୯ ଲକ୍ଷ, ପ୍ରମୁଖ ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮ କୋଟି ୩୩ ଲକ୍ଷ, ପ୍ରାଥମିକ ସ୍କୁଲ ରକ୍ଷାଣବକ୍ଷଣ ପାଇଁ ୫୨ କୋଟି, ଜିଲ୍ଲାସ୍ତରୀୟ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୨୫ କୋଟି, ଜଳଭଣ୍ଡାର ସଂରକ୍ଷଣ ଏବଂ ଉନ୍ନତିକରଣ ପାଇଁ ୨୦ କୋଟି ୮୩ ଲକ୍ଷ ଟଙ୍କା ବ୍ୟବସ୍ଥା କରାଯାଇଛି । ଖର୍ଚ୍ଚ ଦାବି ପାରିତ ହେବା ପରେ ଆସନ୍ତାକାଲି ସକାଳ ୧୦ ଟା ୩୦ ଯାଏଁ ଗୃହକୁ ମୁଲତବୀ ରଖାଯାଇଛି ।

Show More

Related Articles

Back to top button