Breaking PLUSଓଡ଼ିଶାବିଧାନସଭାମୁଖ୍ୟ ଖବର

୨୯ରେ ବସିବ ସର୍ବଦଳୀୟ ବୈଠକ

ବିଧାନସଭା ଶୀତକାଳୀନ ଅଧିବେଶନ ପୂର୍ବରୁ ବାଚସ୍ପତି ଡାକିଲେ ସର୍ବଦଳୀୟ ବୈଠକ । ଆସନ୍ତା ୨୯ରେ ଏହି ସର୍ବଦଳୀୟ ବୈଠକ ବସିବ । ଡିସେମ୍ବର ୧ ତାରିଖରେ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଗୃହକାର୍ଯ୍ୟ । ଡିସେମ୍ବର ୩୧ ତାରିଖ ଯାଏଁ ଶୀତ ଅଧିବେଶନ ଚାଲିବ । ଅଧିବେଶନରେ ୨୬ଟି କାର୍ଯ୍ୟ ଦିବସ ରହିଛି ।

ଏଥର ବି କରୋନା କଟକଣା ଭିତରେ ଅଧିବେଶନ ହେବ । ଶୀତ ଅଧିବେଶନ ପୂର୍ବରୁ ୩ ଦିନ ଧରି ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରାଯିବ । ଯେଉଁ ମାନଙ୍କର ରିପୋର୍ଟ୍ ନେଗେଟିଭ ଆସିବ ସେମାନଙ୍କୁ ଅଧିବେଶନ ପାଇଁ ପ୍ରବେଶ ଅନୁମତି ମିଳିବ ।

ପ୍ରଶ୍ନକାଳ ସମୟରେ ବା ରାଜ୍ୟପାଳଙ୍କ ଅଭିଭାଷଣ ସମୟରେ କୌଣସି ବିଧାୟକ ଗୃହରେ ହୋ ହଲ୍ଲା କରି ପାରିବେନି । ଶିମିଳାରେ ବସିଥିବା ସମସ୍ତ ବାଚସ୍ପତିଙ୍କ ବୈଠକରେ ନିଷ୍ପତ୍ତି ନିଆଯାଇ ଥିବା କହିଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଏନେଇ ସର୍ବଦଳୀୟ ବୈଠକରେ ସବୁ ଦଳକୁ ଜଣାଇ ଦିଆଯିବ ବୋଲି କହିଛନ୍ତି ବାଚସ୍ପତି ।

Show More

Related Articles

Back to top button