ଓଡ଼ିଶାମନୋରଞନମନୋରଞ୍ଜନ

ଓଡ଼ିଆ ଫିଲ୍ମ ପ୍ରତୀକ୍ଷାକୁ ମିଳିବ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର

ଆର୍‌ଆର୍‌ଆର୍‌ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ

ଓଡ଼ିଆ ଫିଲ୍ମ ପ୍ରତୀକ୍ଷାକୁ ମିଳିବ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର । ଫିଲ୍ମ ପ୍ରତୀକ୍ଷା ବେଶ ଲୋକପ୍ରିୟ ହୋଇପାରିଥିଲା । ସେହିଭଳି ଆର୍‌ଆର୍‌ଆର୍‌ ଶ୍ରେଷ୍ଠ ଲୋକପ୍ରିୟ ଫିଲ୍ମ ପୁରସ୍କାର ପାଇବାକୁ ମନୋନୀତ ହୋଇଛି । ଶ୍ରେଷ୍ଠ ସଙ୍ଗୀତରେ ମଧ୍ୟ ଆର୍‌ଆର୍‌ଆରକୁ ମିଳିଛି ପୁରସ୍କାର ।

ଏହି ଫିଲ୍ମର ଲୋକପ୍ରିୟ ଗୀତ ନାଟୁ ନାଟୁ ଗାଇଥିବା କାଲା ଭୈରବ ଶ୍ରେଷ୍ଠ ପ୍ରଚ୍ଛଦ ପଟ୍ଟ ଗାୟକ ପୁରସ୍କାର ପାଇଛନ୍ତି । ଗଙ୍ଗୁବାଇ କାଠିଆବାଡି ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ମିମି ଅଭିନେତ୍ରୀ କ୍ରିତୀ ସାନନ ଶ୍ରେଷ୍ଠ ଅଭିନେତ୍ରୀ ପୁରସ୍କାର ପାଇଛନ୍ତି ।

ପୁଷ୍ପା- ଦି ରାଇଜ୍ ପାଇଁ ଆଲୁ ଆର୍ଜୁନଙ୍କୁ ମିଳିବ ଶ୍ରେଷ୍ଠ ଅଭିନେତା ପୁରସ୍କାର । ରକେଟ୍ରି-ଦ ନାମ୍ବି ଇଫେକ୍ଟକୁ ମିଳିବ ଶ୍ରେଷ୍ଠ ଫିଲ୍ମ ପୁରସ୍କାର । ମିମି ଫିଲ୍ମରେ କ୍ରିତୀ ସାନନଙ୍କ ସହ ଅଭିନେତା ଥିବା ପଙ୍କଜ ତ୍ରିପାଠୀଙ୍କୁ ଶ୍ରେଷ୍ଠ ସପୋର୍ଟିଂ ଅଭିନେତା ଏବଂ ଦ କାଶ୍ମୀର ଫାଇଲ୍ସ ପାଇଁ ପଲ୍ଲବୀ ଯୋଶୀଙ୍କୁ ମଧ୍ୟ ଶ୍ରେଷ୍ଠ ସପୋର୍ଟିଂ ଅଭିନେତ୍ରୀ ପାଇଁ ମନୋନୀତ କରାଯାଇଛି ।

Show More

Related Articles

Back to top button