ଓଡ଼ିଶାମୁଖ୍ୟ ଖବରସାକ୍ଷାତକାରସ୍ୱାସ୍ଥ୍ୟ

ଅସୁସ୍ଥ ହୋଇପଡିଛନ୍ତି ଓଡିଆ ଫିଲ୍ମ ସୁପରଷ୍ଟାର ବାବୁସାନ ମହାନ୍ତି

ଭୁବନେଶ୍ୱର : ଅସୁସ୍ଥ ହୋଇ ପଡ଼ିଛନ୍ତି ଓଡ଼ିଆ ଫିଲ୍ମ ସୁପରଷ୍ଟାର ବାବୁସାନ୍ ମହାନ୍ତି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ସେ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି। ଅକ୍ସିଜେନ କମିଯିବାରୁ ବାବୁସାନ ଅସୁସ୍ଥ ହୋଇ ପଡ଼ିଥିବା ସୂଚନାମିଳିଛି। ମିଳିଥିବା ସୂଚନା ଅନୁସାରେ, ଗତ କିଛି ଦିନ ପୂର୍ବରୁ ବାବୁସାନ ‘ରାଇଡିଂ ଫର୍‌ ଦମନ୍‌’ ଫିଲ୍ମ୍ ପାଇଁ ଲଦାଖ ଯାଇଥିଲେ । ସେଠାରେ ବାଇକ୍‌ ଚଳାଇବା ପରେ ତାଙ୍କର ଅକ୍ସିଜେନ୍‌ ଲେବଲ୍‌ କମିଯାଇଥିଲା । ଲଦାଖରେ ପ୍ରାଥମିକ ଚିକିତ୍ସା ପରେ ସେ ଭୁବନେଶ୍ୱର ଫେରିଥିଲେ। ମାତ୍ର ଏଠାରେ ପୁଣି ଅସୁସ୍ଥ ଅନୁଭବ କରିବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗତ ୫ଦିନ ହେବ ବାବୁସାନ୍‌ ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି । ତାଙ୍କ ସହ ତାଙ୍କ ପତ୍ନୀ ଓ ପରିବାର ଲୋକ ଥିବା ସୂଚନାମିଳିଛି। ବର୍ତ୍ତମାନ ସେ ସୁସ୍ଥ ଥିବାବେଳେ ଆଉ  ଅଳ୍ପ ଦିନରେ ସେ ଘରକୁ ଫେରିବେ ବୋଲି ସୂଚନାମିଳିଛି। ବାବୁସାନଙ୍କ ଫ୍ୟାନସମାନେ ଏ କଥା ଜାଣିବା ପରେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

Show More

Related Articles

Back to top button