Breaking PLUSଓଡ଼ିଶାମନୋରଞ୍ଜନମୁଖ୍ୟ ଖବର

ସିନେ ନିର୍ଦ୍ଦେଶକ ଶାରଦା ନାୟକଙ୍କ ପରଲୋକ

ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ,ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ପରଲୋକ ଘଟିଛି । ୯୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି।

ଭୁବନେଶ୍ୱର : ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ,ଗୀତିକାର ଶାରଦା ପ୍ରସନ୍ନ ନାୟକଙ୍କ ପରଲୋକ ଘଟିଛି । ୯୪ ବର୍ଷ ବୟସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ପରଲୋକ ନେଇ ସ୍ପଷ୍ଟ କରିଛନ୍ତି ଶାରଦାଙ୍କ ସାନ ଭାଇ ସଙ୍ଗୀତଜ୍ଞ ସ୍ୱରୂପ ନାୟକ । ଅନେକ ସଫଳ ଫିଲ୍ମର ନିର୍ଦ୍ଦେଶନା ଓ ସଂଳାପ ଦେଇଥିଲେ ଶାରଦା ପ୍ରସନ୍ନ ନାୟକ । ଶାରଦଙ୍କ ସଫଳ ଫିଲ୍ମ ମଧ୍ୟରେ ରହିଛି ଲକ୍ଷ୍ମୀ , କା ,ସ୍ତ୍ରୀ ,ସଂସାର । ଶାରଦାଙ୍କ ନିର୍ଦ୍ଦେଶିତ ଲକ୍ଷ୍ମୀ ଚଳଚ୍ଚିତ୍ର ରାଷ୍ଟ୍ରପତି ପୁରସ୍କାର ପାଇଥିଲା । ୨୦୧୩ ମସିହାରେ ଜୟଦେବ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଶାରଦା । ତେବେ ତାଙ୍କ ଦେହାନ୍ତରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।

Show More

Related Articles

Back to top button