Breaking PLUSଓଡ଼ିଶାକଳା ସଂସ୍କୃତି ଓ ସାହିତ୍ୟ

ଆଜି ପବିତ୍ର ଅଁଳା ନବମୀ

ଆଜି ହେଉଛି ପବିତ୍ର ଅଁଳା ନବମୀ । କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ନବମୀ ତିଥିରେ ପଡେ ଅଁଳା ନବମୀ । କିମ୍ବଦନ୍ତୀ ଅନୁସାରେ ଆଜି ଅଁଳା ଗଛକୁ ପୂଜା ଅର୍ଚ୍ଚନା କରିବାର ପରାମ୍ପରା ରହିଛି । ଏହି ପୂଜା କଲେ ଅକ୍ଷୟ ଫଳ ପ୍ରାପ୍ତି ହେବାର କଥା ରହିଛି । ପୁରାଣ ଅନୁସାରେ ଆଜି ଯେଉଁ ପୂଣ୍ୟ ଅର୍ଜନ ହୋଇଥାଏ ତାହା କେବେ ହେଲେ ମଧ୍ୟ କ୍ଷୟ ହୁଏ ନାହିଁ । ସେଥିପାଇଁ ଅଁଳା ନବମୀରେ ଅକ୍ଷୟ ଫଳ ପ୍ରାପ୍ତି ହୁଏ ବୋଲି ଲୋକ କଥା ରହିଛି ।

କାର୍ତ୍ତିକ ମାସର ଶୁକ୍ଳପକ୍ଷର ନବମୀ ତିଥିକୁ ଅଁଳା (ଅକ୍ଷୟ) ନବମୀ କୁହାଯାଏ । ଏହି ଦିନ ଅଁଳା ଗଛର ପୂଜା କରାଯାଏ । ଏହା ପ୍ରକୃତି ପ୍ରତି କୃତଜ୍ଞତା ଜଣାଇବା ଭାରତୀୟ ସଂସ୍କୃତିର ଏକ ପର୍ବ । ଏହି ପର୍ବର ଧାର୍ମିକ ମହତ୍ତ୍ୱ ଏବଂ ବୈଜ୍ଞାନିକଙ୍କ ମତ ଜାଣନ୍ତୁ ।

ଶାସ୍ତ୍ର ଅନୁସାରେ, ଅଁଳା ନବମୀରେ କରାଯାଇଥିବା ପୁଣ୍ୟ କଦାପି ସମାପ୍ତ ହୁଏ ନାହିଁ । ଏହି ଦିନ ଯାହାବି ଶୁଭ କାର୍ଯ୍ୟ ଯେମିତିକି ଦାନ, ପୂଜା, ଭକ୍ତି, ସେବା ଭଳି କାର୍ଯ୍ୟ କରାଯାଏ, ଏହାର ପୁଣ୍ୟ ଅନେକ ଜନ୍ମ ପର୍ଯ୍ୟନ୍ତ ପ୍ରାପ୍ତ ହୋଇଥାଏ । ଏହି ଦିନ ଅଁଳା ଗଛ ତଳେ ଖାଦ୍ୟ ପ୍ରସ୍ତୁତ କରି ବ୍ରାହ୍ମଣମାନଙ୍କୁ ଭୋଜନ କରାଇବା ଉଚିତ । ଏହା ପରେ ନିଜେ ଖାଇବା ସମୟରେ ନିଜର ମୁହଁ ପୂର୍ବ ଦିଗ ଆଡକୁ ବୁଲାଇବା ଉଚିତ ।

ଶାସ୍ତ୍ରରେ କୁହାଯାଇଛି ଯେ ଭୋଜନ ସମୟରେ ଯଦି ଅଁଳା ପତ୍ର ଥାଳିରେ ପଡ଼େ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ । ଥାଳିରେ ଅଁଳାର ପତ୍ର ପଡିଲେ ଏହା ମାନ୍ୟତା ଅଛି ଯେ ଆସନ୍ତା ବର୍ଷରେ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିବ ବୋଲି । ଏହା ଅଁଳାର ଔଷଧୀୟ ମହତ୍ୱ । ଆମର ଧର୍ମରେ ପ୍ରତ୍ୟେକ ବୃକ୍ଷରେ ଯେଉଁଥିରେ ବହୁତ ଅଧିକ ଔଷଧୀୟ ଗୁଣ ରହିଛି । ସେମାନଙ୍କର କୌଣସି ନିର୍ଦ୍ଦିଷ୍ଟ ତିଥିରେ ପୂଜା କରିବାର ପରମ୍ପରା ରହିଛି ।

ଅଁଳା ନବମୀର ପରମ୍ପରା ମଧ୍ୟ ଏହାର ଏକ ଅଂଶ । ଡାକ୍ତରୀ ବିଜ୍ଞାନ ଅନୁଯାୟୀ ଅଁଳା ପ୍ରକୃତିର ଦିଆଯାଇଥିବା ଏପରି ଉପହାର, ଯାହା ଦ୍ୱାରା ଅନେକ ରୋଗର ନାଶ ହୋଇପାରେ । ଅଁଳାରେ ଆଇରନ ଏବଂ ଭିଟାମିନ ସି ଭରପୂର ରହିଥାଏ । ପ୍ରତିଦିନ ଅଁଳା ଜୁସ ପିଇବା ଦ୍ୱାରା ହଜମ ଶକ୍ତି ମଜବୁତ ରହିଥାଏ । ଚର୍ମର ଚମକ, ଚର୍ମ ରୋଗର ଲାଭ ମିଳିଥାଏ । ଅଁଳା ଖାଇବା ଦ୍ୱାରା କେଶର ଉଜ୍ଜ୍ୱଳ ବଢିଥାଏ ।

ଆସନ୍ତୁ ଅଁଳା ନବମୀର ପୌରାଣିକ କଥା

ପୁରାଣ କଥାରେ ଥରେ ମା ଲକ୍ଷ୍ମୀ ପୃଥୀବି ଭ୍ରମଣ କରିବାକୁ ଆସିଥିଲେ । ଏହି ଅବସରରେ ମଧ୍ୟ ରାସ୍ତାରେ ତାଙ୍କର ବିଷ୍ଣୁ ଓ ଶିବଙ୍କୁ ପୂଜା କରିବାର ଇଚ୍ଛା ଜାଗ୍ରତ ହେଲା । ତେଣୁ ସିଏ ଏକାଠି ଦୁହିଁକୁ ପୂଜା କରିବା ପାଇଁ ଅଁଳା ଗଛକୁ ପୂଜା କରିଥିଲେ । କାରଣ ଅଁଳା ଗଛରେ ଉଭୟ ତୁଳସୀ ଓ ବେଲର ଗୁଣ ରହିଥାଏ । ଏହି ଗଛରେ ଦୁଇଟି ଗୁଣ ରହିଥିବାରୁ ଏହାକୁ ଭଗବାନ ଶିବ ଓ ବିଷ୍ଣୁଙ୍କ ପ୍ରତୀକ ବୋଲି କୁହାଯାଏ ।

ସେହିଦିନ ଠାରୁ ଆଜିର ଦିନରେ ମହିଳାମାନେ ଅଁଳା ଗଛକୁ ପୂଜା କରାଯିବାର ପରମ୍ପରା ରହି ଆସିଛି । ଏହିଦିନ ମହିଳାମାନେ ଅଁଳା ଗଛ ମୂଳକୁ ସଫା ସୁତୁରା କରି ଜଳ ଓ କ୍ଷୀର ଅର୍ପଣ କରିଥାନ୍ତି । ଆଜି ଦିନରେ ପରିବାରର ଶୁଖ ସମୃଦ୍ଧି ପାଇଁ ପରିବାରର ସମସ୍ତେ ଏକାଠି ହୋଇ ଗଛ ମୂଳେ ପ୍ରସାଦ ଖାଇଥାନ୍ତି । ସେହିଭଳି ଆଜିର ଦିନରେ ମଧ୍ୟ ରାଧାପାଦ ଦର୍ଶନ କରିବାର ପରମ୍ପରା ରହିଛି ।

Show More

Related Articles

Back to top button