ଓଡ଼ିଶାମନୋରଞ୍ଜନ

ଓଡ଼ିଆ ଅଭିନେତ୍ରୀ ସାଜିଲେ ପ୍ରଯୋଜିକା

ଦୀର୍ଘଦିନର ବ୍ୟବଧାନ ପରେ ରୂପେଲି ପରଦାକୁ ଫେରୁଛନ୍ତି ଓଲିଉଡ଼ର ଡ୍ରିମଗାର୍ଲ ପ୍ରିୟା ଚୌଧୁରୀ

କିନ୍ତୁ ଏଥର ଏକ ଭିନ୍ନ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିବ। ଚଳଚିତ୍ରଟିର ନାୟିକା ସାଜିବା ସହିତ ପ୍ରଯୋଜିକାର ଗୁରୁଦାୟିତ୍ୱ ମଧ୍ୟ ସେ ବହନ କରିବେ। ମଞ୍ଜରୀ ଟିଭି ପ୍ରସ୍ତୁତ ଏହି ଚଳଚିତ୍ରର ନାଁ ରହିଛି ”ପାରୋ ହେଟାସ ଦେବଦାସ”।

ପ୍ରିୟାଙ୍କ ବିପକ୍ଷରେ ନାୟକ ଅଛନ୍ତି ବବି ମିଶ୍ର। ଅନ୍ୟାନ୍ୟ ଭୂମିକାରେ ପିଣ୍ଟୁ ନନ୍ଦ, ଶ୍ରୀଜିତ, ସିମ୍ରନ, ବିଧୁସ୍ମିତା, ରବି ମିଶ୍ର, ହୃଷୀ ଓ ମୋନୋସ୍ମିତା, ପ୍ରମୁଖଙ୍କୁ ଦେଖିବାକୁ ମିଳିବ। ଉକ୍ତ ଚଳଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି ଷ୍ଟାଇଲିସ ମେକର ଅଶୋକ ପତି। ଦର୍ଶକଙ୍କ ଚାହିଦାକୁ ପ୍ରାଧାନ୍ୟ ଦେଇ ସମୟୋପଯୋଗୀ ଚଳଚ୍ଚିତ୍ର ଭେଟିଦେବାରେ ପ୍ରତିଥର ସେ ସଫଳ ସାବ୍ୟସ୍ତ ହୋଇଛନ୍ତି।୨୦୦୯ରେ ସେହି ଅଶୋକ ପତିଙ୍କ ନିର୍ଦ୍ଦେଶିତ ‘ଡ୍ରିମଗାର୍ଲ’ ଚଳଚ୍ଚିତ୍ର ଜରିଆରେ ପ୍ରିୟାଙ୍କ ଏଣ୍ଟ୍ରି ହୋଇଥିଲା ଓଲିଉଡ଼ରେ। ପରେପରେ ‘ଦିଲ ତତେ ଦେଇଛି’, ‘ବାଇଷି ପାହାଚେ ଖେଳିବ ମୀନ’, ‘ହିରୋ’, ‘ଚାନ୍ଦିନୀ ଆଇ ମିସ ୟୁ’, ‘ଗୁଡ଼ ବୟ’, ‘ରୁମ୍କୁ ଝୁମାନା’, ଆଦି ଚଳଚିତ୍ରରେ ନିଜର ବଳିଷ୍ଠ ଅଭିନୟ କୁହୁକରେ ସେ ନିଜକୁ ଓଲିଉଡ଼ର ଏକ ଆଗଧାଡିର ନାୟିକା ରୂପରେ ପ୍ରତିଷ୍ଠିତ କରିବା ସହିତ ନିଜ ଓଡ଼ିଆ ଦର୍ଶକଙ୍କ ହୃଦୟରେ ନିଜର ଅନ୍ୟତମ ସ୍ଥାନ ସୃଷ୍ଟି କରି ଡ୍ରିମଗାର୍ଲ ସାଜିଥିଲେ। ତେବେ ପରବର୍ତୀ ସମୟରେ ବିବାହ ବନ୍ଧନରେ ବାନ୍ଧି ହୋଇ ରୂପେଲି ପରଦାଠୁ ଦୂରେଇ ଯାଇଥିବା ପ୍ରିୟାଙ୍କ ପ୍ରତ୍ୟାବର୍ତନ ଓଲିଉଡ଼ ତଥା ତାଙ୍କ ଅଗଣିତ ପ୍ରଶଂସକଙ୍କ ପାଇଁ ଏବେ ସବୁଠୁ ବଡ ଖୁସି ଖବର।

Show More

Related Articles

Back to top button