Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ଆଜିଠୁ ବାରବାଟୀରେ OCL ଟି-ଟ୍ୱେଣ୍ଟି: ମୁହାଁମୁହିଁ ହେବେ ୬ଟି ଟିମ୍

ଓଡ଼ିଶା କ୍ରିକେଟ ଲିଗ୍‌ (ଓସିଏ) ଆନୁକୂଲ୍ୟରେ ଏମ୍‌ଜିଏମ୍‌ ଓଡ଼ିଶା କ୍ରିକେଟ୍‌ ଲିଗ୍ (ଓସିଏଲ୍‌) ଟି-ଟ୍ୱେଣ୍ଟି ଟୁର୍ଣ୍ଣାମେଣ୍ଟ ଆଜିଠାରୁ ଆରମ୍ଭ ହେଉଛି । ପ୍ରତିଯୋଗିତାରେ ଖେଳିବେ ମୋଟ ୬ ଦଳ । ଓଡ଼ିଶା ଲାୟନ୍‌ସ, ଓଡ଼ିଶା ଟାଇଗର୍ସ ଓଡ଼ିଶା ଚିତାଜ୍, ଓଡ଼ିଶା ଜାଗୁଆର୍ସ, ଓଡ଼ିଶା ପାନ୍ଥର୍ସ ଓ ଓଡ଼ିଶା ପ୍ୟୁମାସ୍ ।

ଉଦଘାଟନୀ ମ୍ୟାଚ୍ ଓଡ଼ିଶା ପାନ୍ଥର୍ସ-ଓଡ଼ିଶା ପ୍ୟୁମାସ୍ ମଧ୍ୟରେ ଖେଳାଯିବ । ଦ୍ୱିତୀୟ ମୁକାବିଲାରେ ମୁହାଁମୁହିଁ ହେବେ ଓଡ଼ିଶା ଟାଇଗର୍ସ ଏବଂ ଓଡ଼ିଶା ଚିତାଜ୍ । ଜାନୁଆରୀ ୧୦ ପର୍ୟ୍ୟନ୍ତ ଲିଗ୍‌ ପର୍ୟ୍ୟାୟ ଖେଳାଯିବ । ୧୪ରେ ଫାଇନାଲ୍ ମୁକାବିଲା । ୧୭ ଦିନରେ ମୋଟ ୩୩ଟି ମ୍ୟାଚ ଖେଳାଯିବ । ସମସ୍ତ ମ୍ୟାଚ ବାରବାଟୀ ଷ୍ଟାଡିୟମରେ ଖେଳାଯିବ। ୯୩ ଖେଳାଳି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି ।

ପ୍ରଥମ ମ୍ୟାଚ୍‌ ଅପରାହ୍ଣ ୩.୩୦ରୁ ଓ ଦ୍ୱିତୀୟ ମ୍ୟାଚ ସନ୍ଧ୍ୟା ୭.୩୦ରୁ ଫ୍ଲଡ୍‌ ଲାଇଟ୍‌ରେ ଖେଳାଯିବ। ଲିଗ୍‌ ପର୍ୟ୍ୟାୟରେ ପ୍ରଥମ ୪ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବେ । କୋଭିଡ୍‌ କଟକଣା ଯୋଗୁଁ ଷ୍ଟାଡିୟମ୍‌କୁ ଦର୍ଶକଙ୍କୁ ଛଡ଼ା ଯିବନାହିଁ ।

Show More

Related Articles

Back to top button