Breaking PLUSଓଡ଼ିଶାମୁଖ୍ୟ ଖବର

୫ଦିନିଆ ଓଡ଼ିଶା ଗସ୍ତରେ ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ

ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି(ଶନିବାର) ଅପରାହ୍ନରେ ଆସିଛନ୍ତି। ଶ୍ରୀ ମୁର୍ମୁ ବିମାନବନ୍ଦରରେ ଅପରାହ୍ନ ପ୍ରାୟ ଗୋଟାଏରେ ପହଞ୍ଚିବା ପରେ ସେଠାରୁ ସେ ବାଲେଶ୍ବର ଅଭିମୁଖେ ଗସ୍ତ କରିଛନ୍ତି

ଭାରତର ମୁଖ୍ୟ ମହାଲେଖାକାର (ସିଏଜି) ଗିରିଶ ଚନ୍ଦ୍ର ମୁର୍ମୁ ୫ଦିନିଆ ଓଡ଼ିଶା ଗସ୍ତରେ ଆସି ଗତକାଲି(ଶନିବାର) ଅପରାହ୍ନରେ ଆସିଛନ୍ତି। ଶ୍ରୀ ମୁର୍ମୁ ବିମାନବନ୍ଦରରେ ଅପରାହ୍ନ ପ୍ରାୟ ଗୋଟାଏରେ ପହଞ୍ଚିବା ପରେ ସେଠାରୁ ସେ ବାଲେଶ୍ବର ଅଭିମୁଖେ ଗସ୍ତ କରିଛନ୍ତି। ଶ୍ରୀ ମୁର୍ମୁ ୨୮ ତାରିଖରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ବିଭିନ୍ନ ବିଷୟରେ ଆଲୋଚନା କରିବେ। ୨୯ରେ ରାଜ୍ୟ ମହାଲେଖାକାର କାର୍ୟ୍ୟାଳୟକୁ ପରିଦର୍ଶନରେ ଆସିବେ। ଉକ୍ତଦିନ କାର୍ୟ୍ୟାଳୟର ବିଭିନ୍ନ କାର୍ୟ୍ୟର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିବାର କାର୍ୟ୍ୟକ୍ରମ ରହିଛି। ୩୦ତାରିଖ ସନ୍ଧ୍ୟା ୭ଟାରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି।
ସୂଚନାଯୋଗ୍ୟ ଯେ ଶ୍ରୀ ମୁର୍ମୁ ସିଏଜି ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅଫିସିଆଲ ଓଡ଼ିଶା ଗସ୍ତ। ତେବେ ଏହି ଗସ୍ତ ବେଳେ ଶ୍ରୀ ମୁର୍ମୁଙ୍କର କେତେକ ଘରୋଇ କାର୍ୟ୍ୟକ୍ରମ ରହିଥିବା ଜଣାଯାଇଛି।

Show More

Related Articles

Back to top button