ଅନୁଚିନ୍ତାଜୀବନଚର୍ଯ୍ୟାରାଶିଫଳ

ଆଜିର ଅନୁଚିନ୍ତା

ଭଗବାନଙ୍କ ବିଚାର

ଭଗବାନଙ୍କ ବିଚାର

ଜଣେ ମା’ କହିଲେ– ଭଗବାନଙ୍କ ବିଚାର କେଉଁଠି, ତାହା ଧରିହେଉନି । ଯାହାର ମନ୍ଦ କପାଳ, ତାର ସବୁ ଦିଗରୁ ହିଁ କଷ୍ଟ । ଆଉ ଯାହାର ସୁଖର କପାଳ, ତାର ସୁଖ ପରେ ସୁଖ । ଶ୍ରୀଶ୍ରୀ ଠାକୁର– ଭଗବାନ ମଣିଷକୁ ସୁଖ ବି ଦିଅନ୍ତିନି, ଦୁଃଖ ବି ଦିଅନ୍ତିନି ମଣିଷ ଯେପରି କରେ, ଯେପରି ଚାହେଁ, ସେହିପରି ପାଏ । ଯେପରି କଲେ ଦୁଃଖ ମିଳୁ, ସେପରି ଚାଲି ମଣିଷ ମୁହଁରେ ଯଦି ସୁଖ ଚାହେଁ ଏବଂ ସୁଖ ନ ମିଳିବାରୁ ଅବଶୋଷ କରେ, ତେବେ ବୁଝିବାକୁ ହେବ ସିଏ ନିଜକୁ ତଥା ଏହା ସହିତ ଅନ୍ୟମାନଙ୍କୁ ମଧ୍ୟ ପ୍ରତାରଣା କରୁଛି ।’
ଆମେ ଏତେ ଯେ ଅକାମ କରୁ, ତଥାପି କିନ୍ତୁ ପରମପିତା କାହାକୁ ତାଙ୍କ ଦୟାଠାରୁ ବଞ୍ଚିତ କରନ୍ତିନି । ଜଣେ ପାପ କରିଛି ବୋଲି ପ୍ରକୃତିର ଅବଦାନ ସେ କିନ୍ତୁ କିଛି ବି କମ୍‌ପାଏନା । ପବନଟା ପୂଣ୍ୟବାନ ପାଇଁ ବହେ, ପାପୀ ପାଇଁ ବହେନା, ସୂର୍ଯ୍ୟ ସତ୍‌ଲୋକଙ୍କୁ ଆଲୋକ ଓ ତାପ ଦିଏ, ଅସତ୍‌ଲୋକଙ୍କୁ ଆଲୋକ ଓ ତାପ ଦିଏନା– ତାହା କିନ୍ତୁ ନୁହେଁ । ପରମପିତା ସବୁବେଳେ ସମସ୍ତଙ୍କର ଭଲ ହିଁ କରନ୍ତି । ମନ୍ଦର ସ୍ରଷ୍ଟା ଆମେମାନେ । ତେବେ ମନ୍ଦକୁ ଭଲରେ ପର୍ଯ୍ୟବେସିତ କରିବାର ଶକ୍ତି ମଧ୍ୟ ପରମପିତା ଆମମାନଙ୍କ ହାତରେ ଛାଡ଼ି ଦେଇଛନ୍ତି । ମଣିଷ ଅବିଚାର କରିପାରେ, କିନ୍ତୁ ସେ କେବେବି ଅବିଚାର କରନ୍ତିନାହିଁ । •••••••••••• ମଣିଷ ଆଉ କେଉଁଠି କାହାକୁ ଦୋଷାରୋପ କରିବାର ଜାଗା ନ ପାଇ ଯେଉଁ ଜଣକୁ ଦୋଷାରୋପ କରେ, ସେ ହିଁ ଭଗବାନ, ସେତେବେଳେ ହିଁ କେବଳ ଶଇତାନ ଭାଗବାନଙ୍କ ଆଡକୁ ଚାହେଁ ।

Show More

Related Articles

Back to top button