Breaking PLUSଓଡ଼ିଶାମୁଖ୍ୟ ଖବର

ଅବହେଳା କଲେ କରୋନା ସଂକ୍ରମଣ ବଢିବ- ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା

ବର୍ତ୍ତମାନ ରାଜ୍ୟରେ ଧିରେ ଧିରେ କରୋନା ସଂକ୍ରମଣ କମୁଛି । ଆଗକୁ ପୂଜା ଆସୁଛି । ଆମକୁ ଅଧିକ ସଚେତନ ହେବାକୁ ପଡ଼ିବ । ଅବହେଳା କଲେ କରୋନା ସଂକ୍ରମଣ ବଢିବ ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ଚେତାଇ ଦେଇଛନ୍ତି । ରାଜ୍ୟର କରୋନା ସ୍ଥିତି ନେଇ ଶ୍ରୀ ପରିଡ଼ା ଏଭଳି ସୂଚନା ଦେଇଛନ୍ତି ।

ଶ୍ରୀ ପରିଡ଼ା କହିଛନ୍ତି ଯେ, ସେପ୍ଟେମ୍ବର ୧୧ରୁ ୨୫ ମଧ୍ୟରେ ଦୈନିକ ପାଖାପାଖି ୪୨୦୦ କରୋନା ସଂକ୍ରମିତ ରୋଗୀ ରାଜ୍ୟରେ ଚିହ୍ନଟ ହୋଇଛନ୍ତି । ସେପ୍ଟେମ୍ବର ୨୫ ପର ଠାରୁ ରାଜ୍ୟରେ ସଂକ୍ରମଣ ହାର କମିବା ଆରମ୍ଭ କରିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୨ ହଜାରରୁ ୨୫୦୦ ଭିତରେ ରହୁଛି । ରାଜ୍ୟରେ ଟେଷ୍ଟିଂ କମିଛି । ବର୍ଷା ପାଇଁ ସାମ୍ପଲ ସଂଗ୍ରହ ସାମାନ୍ୟ କମିଛି । ଏବେ ଦୈନିକ ୫୦ ହଜାର ପର୍ଯ୍ୟନ୍ତ ଟେଷ୍ଟିଂ ନେଇ ଲକ୍ଷ୍ୟ ରଖାଯାଇଛି । ପଜିଟିଭ ହାର ୫%ରୁ କମ ରହିଛି । ପୂଜା ଆସୁଛି । ଅଧିକ ସଚେତନତା ଦରକାର । ଯଦି ଲୋକ ଅବହେଳା କରିବେ ତାହାଲେ ସଂକ୍ରମଣ ବଢିବ । ରାଜ୍ୟରେ ବର୍ତ୍ତମାନ ମୃତ୍ୟୁହାର ବଢୁଥିଲେ ବି ଅନ୍ୟ ରାଜ୍ୟ ତୁଳନାରେ କମ ରହିଛି ବୋଲି ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀ ମଧ୍ୟ କୋଭିଡ-19 ସ୍ଥିତିର ସମୀକ୍ଷା କରୁଥିବା ବେଳେ ସମାନ କଥା କହିଥିଲେ ରାଜ୍ୟବାସୀଙ୍କୁ । ଆଗକୁ ପାର୍ବଣର ସମୟ ଆସୁଥିବାରୁ ଆମକୁ ଜଗି ରଖି ଚଳିବା ପାଇଁ ପଡିବ ବେଲି ମୁଖ୍ୟମନ୍ତ୍ରୀ ମଧ୍ୟ ଲୋକମାନଙ୍କୁ ଅନୁରୋଧ କରିଛନ୍ତି ।

Show More

Related Articles

Back to top button