Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଦିନେଶ କାର୍ତ୍ତିକଙ୍କ ବଦଳରେ ଇଏନ୍ ମୋର୍ଗାନ୍ ହେବେ କେକେଆରର ନୂଆ ଅଧନାୟକ

ଚଳିତ ଆଇପିଏଲର ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହୋଇଯାଇଥିବା ବେଳେ । ସମସ୍ତ ଦଳ ଥରେ ଥରେ ଲେଖାଁଏ ପରସ୍ପର ସହ ମୁହାଁମୁହିଁ ହୋଇସାରିଲେଣି । ୟୁଏଇରେ ଖେଳାଯାଉଥିବା ଏହି 13 ତମ ସଂସ୍କରଣରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ କ୍ୟାମ୍ପରୁ ବଡ ଖବର ସାମ୍ନାକୁ ଆସିଛି 

ଚଳିତ ଆଇପିଏଲର ଦ୍ୱିତୀୟ ରାଉଣ୍ଡ ଆରମ୍ଭ ହୋଇଯାଇଥିବା ବେଳେ । ସମସ୍ତ ଦଳ ଥରେ ଥରେ ଲେଖାଁଏ ପରସ୍ପର ସହ ମୁହାଁମୁହିଁ ହୋଇସାରିଲେଣି । ୟୁଏଇରେ ଖେଳାଯାଉଥିବା ଏହି 13 ତମ ସଂସ୍କରଣରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ସହ ମୁହାଁମୁହିଁ ହେବା ପୂର୍ବରୁ କୋଲକାତା ନାଇଟ୍ ରାଇଡର୍ସ କ୍ୟାମ୍ପରୁ ବଡ ଖବର ସାମ୍ନାକୁ ଆସିଛି | କୋଲକତା ନାଇଟ ରାଇଡର୍ସର ଅଧିନାୟକ ଦିନେଶ କାର୍ତ୍ତିକଙ୍କୁ ବର୍ତ୍ତମାନ ଅଧିନାୟକ ପଦରୁ ଅବ୍ୟାହତି ଦିଆଯାଇଛି ତାଙ୍କ ସ୍ଥାନରେ ଇଂଲଣ୍ଡର ଅଧିନାୟକ ଇଏନ୍ ମୋର୍ଗାନ୍ ଙ୍କୁ ବର୍ତ୍ତମାନ ଦଳର ଅଧିନାୟକ ଦାୟିତ୍ୱ ଦିଆଯାଇଛି ।

ଟୁର୍ନାମେଣ୍ଟ ମଝିରେ ଅଧିନାୟକ ଦିନେଶ କାର୍ତ୍ତିକ କାହିଁକି ଏପରି ନିଷ୍ପତ୍ତି ନେଇଛନ୍ତି ତାହା ପ୍ରକାଶ କରାଯାଇ ନାହିଁ, କିନ୍ତୁ ଦଳ ପରିଚାଳନା କମିଟି ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ, ଦୀନେଶ କାର୍ତ୍ତିକ ବର୍ତ୍ତମାନ କେବଳ ବ୍ୟାଟିଂ ଉପରେ ଧ୍ୟାନ ଦେବାକୁ ଚାହୁଁଛନ୍ତି।

ସୂଚନାଯୋଗ୍ୟ ଯେ, 2019 ରେ ଇଂଲଣ୍ଡକୁ ପ୍ରଥମଥର ପାଇଁ ବିଶ୍ୱ ଚାମ୍ପିଅନ୍ କରାଇଥିବା ଇଏନ୍ ମୋର୍ଗାନ୍ ବର୍ତ୍ତମାନ କେକେଆରକୁ ତୃତୀୟ ଥର ପାଇଁ ଆଇପିଏଲ୍ ଟାଇଟଲ୍ ଦେବା ପାଇଁ ନିଜ ପ୍ରୟାସ ଆରମ୍ଭ କରିବେ । ଯଦିଓ ଏହା ପ୍ରଥମ ନୁହେଁ ଯେ ଜଣେ ଅଧିନାୟକ ଏହିପରି ଟୁର୍ନାମେଣ୍ଟ ମଧ୍ୟରୁ ଅଧିନାୟକତ୍ୱ ଛାଡିଛନ୍ତି, ଏହା ପୂର୍ବରୁ 2018 ରେ ମଧ୍ୟ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଥିବା ଗୌତମ ଗମ୍ଭୀର ଅଧିନାୟକ ପଦବୀ ଛାଡିଦେଇଥିଲେ ଶ୍ରେୟାସ ଆୟାରଙ୍କୁ ଅଧିନାୟକ କରାଯାଇଥିଲା ।

Show More

Related Articles

Back to top button