ଓଡ଼ିଶାସ୍ୱତନ୍ତ୍ର

ଆଉ ହୋଇପାରିବନି ହାଇକୋର୍ଟ ବେଞ୍ଚ ସ୍ଥାପନ-ସୁପ୍ରିମକୋର୍ଟ

ଆଉ ହୋଇପାରିବନି ହାଇକୋର୍ଟ ବେଞ୍ଚ ସ୍ଥାପନ । ଏନେଇ ଆଜି ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଶୁଣାଣି  ହୋଇଛି । ଶୁଣାଣି ଚାଲିଥିବା ବେଳେ କଡ଼ା ଆଭିମୁଖ୍ୟ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ  । ଓକିଲ ଆନ୍ଦୋଳନ ନେଇ ସୁପ୍ରିମକୋର୍ଟ ପକ୍ଷରୁ କଡା ଅସନ୍ତୋଷ ମିଳିବା ସହ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଆବେଦନକୁ ସମ୍ପୂର୍ଣ୍ଣ ଖାରଜ କଲେ କୋର୍ଟ।ହାଇକୋର୍ଟ ବେଞ୍ଚର କୌଣସି ଆବଶ୍ୟକ ନାହିଁ, ତେଣୁ ଏବା ହୋଇପାରିବନି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଭୌଗୋଳିକ ସ୍ଥିତି ଓ ଟେକ୍ନୋଲୋଜି ପାଇଁ ବେଞ୍ଚ ଆବେଦନ ଖାରଜ କରିଛି । କୋର୍ଟ କହିଛନ୍ତି ଯେ, ‘ଆଉ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ । ବେଞ୍ଚ ପ୍ରତିଷ୍ଠା ପାଇଁ ଯାହା ଟିକେ ଆଶା ଥିଲା, ଏଭଳି ଆଚରଣ ପରେ ତାହା ସମ୍ପୂର୍ଣ୍ଣ ମଉଳିଗଲା ।’ ଏହା ସହ ଓକିଲ ସଂଘଠାରୁ ବିସ୍ତୃତ ରିଜୋଲ୍ୟୁସନ ମାଗିଛନ୍ତି ସୁପ୍ରିମକୋର୍ଟ । ଆନ୍ଦୋଳନ ବନ୍ଦ ନେଇ ଓକିଲ ସଂଘ ବିସ୍ତୃତ ରିଜୋଲ୍ୟୁସନ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ଦାବି ଉଠିବା ପରେ ସୁପ୍ରିମକୋର୍ଟ କଡ଼ା ଟିପ୍ପଣୀ ରଖିଛନ୍ତି । କୋର୍ଟ କହିଛନ୍ତି ଯେ, ‘ମନଇଚ୍ଛା କୋର୍ଟ ସ୍ଥାନାନ୍ତର ଦାବି କଲେ ହୋଇପାରିବ ନାହିଁ ।’

ତେବେ ସମ୍ବଲପୁରରେ ଓକିଲ ଆନ୍ଦୋଳନ ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟରେ ଭର୍ଚୁଆଲରେ ହାଜର ହୋଇଥିଲେି ପୋଲିସ ଡିଜି ସୁନୀଲ ବଂଶଲ ଓ ସମ୍ବଲପୁର ଆଇଜି ଦୀପକ କୁମାର । ଉଭୟଙ୍କୁ ଆଜି ହାଜର ପାଇଁ ନିର୍ଦ୍ଦେଶ କରିଥିଲେ ସୁପ୍ରିମକୋର୍ଟ । ଭଙ୍ଗାରୁଜା ଘଟଣାରେ କାର୍ଯ୍ୟାନୁଷ୍ଠାନ ନେଇ କୋର୍ଟଙ୍କୂ ଅବଗତ କରାଇଥିଲେ ଆଇଜି । ପୋଲିସର ଉପସ୍ଥିତ ସତ୍ତେ୍ୱ ଭଙ୍ଗାରୁଜାକୁ ନେଇ ସୁପ୍ରିମକୋର୍ଟ ଅସନ୍ତୋଷ ପ୍ରକାଶ କରିଥିଲେ । ପୋଲିସର ବିଫଳତା କହି ଭର୍ତ୍ସନା କରିଥିଲେ ବିଚାରପତି ।

 

Show More

Related Articles

Back to top button