ଦେଶ ବିଦେଶମୁଖ୍ୟ ଖବରରାଜନୀତିସାକ୍ଷାତକାର

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ନୀତିଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ

ପାଟନା: ରବିବାର କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ଭେଟିବେ ବିହାର ସରକାର ମହାମେଣ୍ଟର ଦୁଇ ବରିଷ୍ଠ ନେତା ନୀତୀଶ କୁମାର ଏବଂ ଲାଲୁ ପ୍ରସାଦ ଯାଦବ। ପ୍ରାୟ ୬ ବର୍ଷ ପରେ ପ୍ରଥମଥର ପାଇଁ ଏହି ଭେଟଘାଟ ହେବାକୁ ଯାଉଛି। ଏହି ବୈଠକରେ ରାହୁଲ ଗାନ୍ଧି ଯୋଗ ଦେବା ନେଇ ସୂଚନା ମିଳିଛି। ବର୍ତ୍ତମାନ ରାହୁଲ ଗାନ୍ଧି ଏବେ କେରଳରେ ଅଛନ୍ତି। ସେ ଏବେ କଂଗ୍ରେସ ପକ୍ଷରୁ ଭାରତ ଯୋଡ଼ ଯାତ୍ରା ଅଭିଯାନରେ ବ୍ୟସ୍ତ ରହିଛନ୍ତି। ୨୦୧୫ ବିହାର ନିର୍ବାଚନ ବେଳେ ଏକ  ଇଫତାର ପାର୍ଟିରେ ନୀତୀଶ ଓ ସୋନିଆଙ୍କ ଭେଟ ହୋଇଥିଲା। ଗତ ମାସରେ ଦିଲ୍ଲୀ ଗସ୍ତ ଅବସରରେ ନୀତୀଶ କୁମାର ରାହୁଲ ଗାନ୍ଧିଙ୍କୁ ଭେଟିଥିଲେ। କେନ୍ଦ୍ରରୁ ବିଜେପିକୁ ହାଟାଇବା ପାଇଁ ନୀତିଶ କୁମାର ପୂରା ଦମରେ ଲଗିପଡ଼ିଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଏକାଠି ପାଇଁ ଅଣ୍ଟା ଭିଡ଼ିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ଦିଲ୍ଲୀରେ ନୀତୀଶ କୁମାର ବିଜେପି ବିରୋଧୀ ଶକ୍ତିକୁ ଏକତ୍ରିତ କରି ଶକ୍ତିଶାଳି କରିବାକୁ ପ୍ରୟାସ କରୁଛନ୍ତି।

 

Show More

Related Articles

Back to top button