Breaking PLUSଦେଶଦେଶ ବିଦେଶମୁଖ୍ୟ ଖବରରାଜନୀତି

ରାଜ୍ୟସଭା ସଦସ୍ୟ ଭାବେ ଶପଥ ନେଲେ 9 ନବନିର୍ବାଚିତ ସଦସ୍ୟ

ଶପଥ ନେଲେ ଏସ. ଜୟଶଙ୍କର

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କରଙ୍କ ସହିତ 9ଜଣ ନବନିର୍ବାଚିତ ରାଜ୍ୟସଭା ସଦସ୍ୟ ଶପଥ ଗ୍ରହଣ କରିଛନ୍ତି । ଆଜି ସଂସଦରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଓ ତୃଣମୂଳ କଂଗ୍ରେସ ନେତା ଡେରେକ ଓ ବ୍ରାଉନଙ୍କ ସମେତ 9ଜଣ ନବ ନିର୍ବାଚିତ ରାଜ୍ୟସଭା ସଦସ୍ୟ ଆଜି ଶପଥ ନେଇଛନ୍ତି । ଉପରାଷ୍ଟ୍ରପତି ଏବଂ ସଭାପତି ଜଗଦୀପ ଧନଖଡ ତାଙ୍କୁ ଶପଥ ପାଠ କରାଇଛନ୍ତି ।

ବିଜେପି ନେତା ଜେସଙ୍ଗଭାଇ ଦେଶାଇ, କେଶରୀ ଦେବସିଂହ, ଦିଗବିଜୟ ସିଂହ ଝାଲା, ଡକ୍ଟର ଏସ.ଜୟଶଙ୍କର ଓ ନାଗେନ୍ଦ୍ର ରାୟ ପ୍ରମୁଖ ଶପଥ ଗ୍ରହଣ କରିଛନ୍ତି । ସେହିପରି ତୃଣମୂଳ କଂଗ୍ରେସରୁ ଡେରେକ ଓ ବ୍ରାଉନ, ଡୋଲା ସେନ, ପ୍ରକାଶ ଚିକ ବଡାଇକ, ସୁଖେନ୍ଦୁ ଶେଖର ରାୟ ଓ ସମୀରୁଲ ଇସଲାମ ମଧ୍ୟ ଶପଥ ନେଇଛନ୍ତି । ପୂର୍ବାହ୍ନ 11ଟାରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Show More

Related Articles

Back to top button