Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ମଣିପୁର ହିଂସା ପ୍ରସଙ୍ଗ, ସୁପ୍ରିମକୋର୍ଟରେ ସ୍ୱତନ୍ତ୍ର କମିଟି ପକ୍ଷରୁ ରିପୋର୍ଟ ଦାଖଲ

ଅବସରପ୍ରାପ୍ତ ମହିଳା ବିଚାରପତିଙ୍କୁ ନେଇ ହୋଇଛି କମିଟି ଗଠନ

ନୂଆଦିଲ୍ଲୀ : ମଣିପୁର ହିଂସା ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ନିଯୁକ୍ତ ହୋଇଥିବା ତିନିଜଣ ଅବସରପ୍ରାପ୍ତ ମହିଳା ବିଚାରପତିଙ୍କୁ ନେଇ ଗଠିତ କମିଟି ପକ୍ଷରୁ ସର୍ବୋଚ୍ଚ ନ୍ୟାୟାଳୟରେ ତିନୋଟି ରିପୋର୍ଟ ପ୍ରଦାନ କରାଯାଇଛି । ରିପୋର୍ଟ ଦେଖି ସହଯୋଗ କରିବାକୁ ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ ସଲିସିଟର ଜେନେରାଲ ତୁଷାର ମେହେତାଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଅଗଷ୍ଟ 7 ତାରିଖରେ ସୁପ୍ରିମକୋର୍ଟ ଜମ୍ମୁକଶ୍ମୀର ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଗୀତା ମିତ୍ତଲଙ୍କ ଅଧ୍ୟକ୍ଷତାରେ ତିନି ଜଣ ସଦସ୍ୟ ବିଶିଷ୍ଟ ଏକ କମିଟି ଗଠନ କରିଥିଲେ । ଏହି କମିଟିରେ ଜଷ୍ଟିସ ଶାଲିନୀ ଜୋଶୀ ଓ ଜଷ୍ଟିସ ଆଶା ମେନନ ସଦସ୍ୟ ଅଛନ୍ତି । ସିବିଆଇ ତଦନ୍ତର ତଦାରଖ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ ପୂର୍ବତନ ଆଇପିଏସ ଅଧିକାରୀ ଦତ୍ତାତ୍ରେୟ ପଦସାଲଗିକରଙ୍କୁ ମଧ୍ୟ ନିଯୁକ୍ତ କରାଯାଇଥିଲା ।

Show More

Related Articles

Back to top button