Breaking PLUSଓଡ଼ିଶା

ଆଜିଠୁ କେନ୍ଦ୍ରାପଡାରେ ନାଇଟ୍ କର୍ଫ୍ୟୁ

ଆଜିଠୁ କେନ୍ଦ୍ରାପଡା ଜିଲ୍ଲାରେ ଲାଗୁ ହେବ ନାଇଟ୍ କର୍ଫ୍ୟୁ । ରାତି ୧୦ଟାରୁ ସକାଳ ୫ଟା ଯାଏ ଏହି ନାଇଟ୍ କର୍ଫ୍ୟୁ ଲାଗୁ କରାଯିବ । ତେବେ ଏହି ନାଇଟ୍ କର୍ଫ୍ୟୁ ଆଜିଠାରୁ ଆସନ୍ତା ନଭେମ୍ବର ୧ ତାରିଖ ଯାଏ ବଳବତ୍ତର ରହିବ । ଗଜଲକ୍ଷ୍ମୀ ପୂଜାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।

ସହରରେ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ପୂଜା ପାଇଁ ଏହି ନାଇଟ୍ କର୍ଫ୍ୟୁକୁ ଲାଗୁ କରାଯାଇଛି । ପୂଜା ସମୟରେ ଲୋକ ଯେପରି ଭିଡ ନଜମାନ୍ତି ସେଥିପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ଭିଡକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫୋର୍ସ ମଧ୍ୟ ନିୟୋଜିତ କରାଯାଇଛି । ସେପରି ନାଇଟ୍ କର୍ଫ୍ୟୁ ସମୟରେ ପୋଲିସ ପକ୍ଷରୁ କଡାକଡି ଚେକିଂ ମଧ୍ୟ କରାଯିବ ।

Show More

Related Articles

Back to top button