ଖେଳ

କୋଚ୍ ପାଇଁ BCCI ର ବିଜ୍ଞପ୍ତି

ଟିମ୍ ଇଣ୍ଡିଆର ନୂଆ କୋଚ୍ ପାଇଁ ଆବେଦନ ପତ୍ର ପ୍ରକାଶ କରିଛି ବିସିସିଆଇ । ଏହା ସହ ବିସିସିଆଇର ୫ ପଦ ଲାଗି ବିଜ୍ଞପ୍ତି ଘୋଷିତ ହୋଇଛି । ମୁଖ୍ୟ କ୍ରିକେଟ କୋଚ୍ ସହ ଅନ୍ୟ ପଦବି ଲାଗି ମଧ୍ୟ ସର୍ତ୍ତ ଘୋଷଣା କରାଯାଇଛି । ମୁଖ୍ୟ କୋଚ ଲାଗି ଯେଉଁମାନେ ଆବେଦନ କରିବେ ସେମାନଙ୍କ ବୟସ ୬୦ ବର୍ଷରୁ କମ୍ ଥିବ । ସେମାନେ ୩୦ଟି ଟେଷ୍ଟ ମ୍ୟାଚ ଓ ୫୦ଟି ଦିନିକିଆ ଖେଳିଥିବେ । ସେ କୌଣସି ଜାତୀୟ ଟିମର ୨ ବର୍ଷ ଲାଗି କୋଚ୍ ରହିଥିବେ ।

କୌଣସି ଆଇପିଏଲ ଟିମ, ଫାଷ୍ଟକ୍ଲାସ ଟିମ, ନ୍ୟାସନାଲ-ଏ ଟିମର ୩ ବର୍ଷ କୋଚ ରହିଥିବେ । ତାଙ୍କ ନିକଟରେ ବିସିସିଆଇର ଲେବଲ-୩ ସାର୍ଟିଫିକେଟ ଥିବା ଆବଶ୍ୟକ । ଏହା ସହ ବ୍ୟାଟିଂ କୋଚ୍, ଫିଲଡିଂ କୋଚ୍ ଲାଗି ମଧ୍ୟ ଆବେଦନ ପତ୍ର ଆହ୍ୱାନ କରାଯାଇଛି । ଏହା ସହ ଜାତୀୟ କ୍ରିକେଟ ଏକାଡେମୀର ମୁଖ୍ୟ ପଦ ଲାଗି ବିଜ୍ଞପ୍ତି ଜାରି ହୋଇଛି । ମୁଖ୍ୟ କୋଚ୍ ଲାଗି ଆବେଦନର ଶେଷ ତାରିଖ ରହିଛି ଆସନ୍ତା ଅକ୍ଟୋବର ୨୬ ତାରିଖ ।

ସେହିପରି ଅବଶିଷ୍ଟ ପଦ ଲାଗି ଆବେଦନର ଶେଷ ତାରିଖ ରହିଛି ନଭେମ୍ବର ୩ ତାରିଖ । ପୂର୍ବରୁ ଟି-୨୦ ବିଶ୍ୱକପ ପରେ ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିଥିଲେ ରବି ଶାସ୍ତ୍ରୀ । କିଛି ଦିନ ତଳୁ ଭାରତୀୟ କ୍ରିକେଟ ଟିମର ନୂଆ କୋଚ୍ ଖୋଜା ଜାରି ରହିଥିବାବେଳେ ରାହୁଲ ଦ୍ରାବିଡଙ୍କ ନାଁ ଶୀର୍ଷରେ ରହିଛି । ତେବେ ଏକଥା ମଧ୍ୟ ସ୍ପଷ୍ଟ ଯେ ଟିମ୍ ଇଣ୍ଡିଆର ଆଗାମୀ କୋଚ୍ ରବି ଶାସ୍ତ୍ରୀ ।

Show More

Related Articles

Back to top button