Breaking PLUSଦେଶ ବିଦେଶମୁଖ୍ୟ ଖବରସ୍ୱତନ୍ତ୍ର

ମିସ୍ ୟୁନିଭର୍ସ-2023 ଟାଇଟେଲ ଜିତିଲେ ନିକାରାଗୁଆର ଶେତ୍ରିସ ପଲିସିୟୋସ

ସୈନ ସାଲ୍ଭାଡୋର- ମଧ୍ୟ ଆମେରିକୀୟ ଦେଶ ନିକାରାଗୁଆର ଶେତ୍ରିସ ପଲିସିୟୋସ ମିସ୍ ୟୁନିଭର୍ସ- 2023 ଟାଇଟେଲ ଜିତି 72ତମ ବ୍ରହ୍ମାଣ୍ଡ ସୁନ୍ଦରୀ ହୋଇଛନ୍ତି । ଭାରତୀୟ ସମୟ ଅନୁସାରେ ଏହି ଇଭେଣ୍ଟ ଶନିବାର ରାତିରେ ଅଲ୍ ସାଲ୍ଭାଡୋରର ରାଜଧାନୀ ସୈନ ସାଲ୍ଭାଡୋରର ଜୋସ ଏଡୋଲ୍ଫୋ ପିନେଡା ଏରିନାରେ ଆୟୋଜିତ ହୋଇଥିଲା । ମିସ୍ ୟୁନିଭର୍ସ 2022ର ବିଜେତା ଆର ବୋନି ଗୋବ୍ରିୟଲ ଶେତ୍ରିସ ପଲାସିୟୋସଙ୍କୁ ମିସ୍ ୟୁନିର୍ଭସ ମୁକୁଟ ପିନ୍ଧାଇଥିଲେ ।
ଏହି ପ୍ରତିଯୋଗିତାରେ ପ୍ରାୟ 84 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମିଫାଇନାଲ ରାଉଣ୍ଡକୁ 20 ପ୍ରତିଯୋଗୀ ମନୋନିତ ହୋଇଥିଲେ । ଏହି ଟପ୍ 20 ତାଲିକାରେ ଭାରତୀୟ ମଡେଲ ଶ୍ୱେତା ଶାରଦା ମଧ୍ୟ ସାମିଲ ଥିଲେ । ଶ୍ୱେତା ଚଣ୍ଡିଗଡର ବାସିନ୍ଦା । ତେବେ ଟପ୍-10 ତାଲିକା ପାଇଁ ମନୋନିତ ହୋଇନଥିଲେ ଶ୍ୱେତା ।
ଫାଇନାଲ ରାଉଣ୍ଡରେ ନିକାରାଗୁଆର ସୁନ୍ଦରୀଙ୍କୁ ପ୍ରଶ୍ନ ପଚରାଯାଇଥିଲା ଯେ, କେଉଁ ମହିଳାଙ୍କ ଜୀବନ ଏକ ବର୍ଷ ଯାଏ ବଞ୍ଚିବାକୁ ଚାହିବଁ ? ଆଉ ଏଥିରେ ଶେତ୍ରିସଙ୍କ ଜବାବ ପରୀକ୍ଷକଙ୍କ ମନ ଜିତିଥିଲା । ଶେତ୍ରିସ କହିଥିଲେ ନାରୀବାଦର ଜନନୀ ଓ ମହିଳା ଅଧିକାର କାର୍ଯ୍ୟକର୍ତ୍ତା ଭାବେ ଜଣାଶୁଣା ମେରୀ ବୋଲଷ୍ଟନକ୍ରାଫ୍ଟଙ୍କର ଜୀବନର ଏକ ବର୍ଷ ସେ ବଞ୍ଚିବାକୁ ଚାହିଁବେ ।

Show More

Related Articles

Back to top button