ଦେଶ ବିଦେଶ

ନ୍ୟୁଜ୍ କପି ରାଇଟ୍ ମାମଲା: Googleଙ୍କ ଉପରେ ଲାଗିଲା ୫୯୨ ନିୟୁତ ଡଲାରର ଜରିମନା

ରାନ୍ସ କମ୍ପିଟେସନ ରେଗ୍ୟୁଲେଟର ମଙ୍ଗଳବାର ଇଣ୍ଟରନେଟ୍‌ ସର୍ଚ୍ଚ ଇଞ୍ଜିନ କମ୍ପାନୀ ଗୁଗଲଙ୍କୁ ୫୦୦ ନିୟୁତ ୟୁରୋ (୫୯୨ ନିୟୁତ ଡଲାର) ଜରିମନା ନିର୍ଦ୍ଦେଶ ଦେଇଛନ୍ତି।

ନିଷ୍ପତ୍ତି ପାଳନରେ ବିଫଳତା ଲାଗି ନିୟାମକ ଏହି ଜରିମନା ନିର୍ଦ୍ଦେଶ ଦେଇଥିବା ବେଳେ କୌଣସି କମ୍ପାନୀଙ୍କୁ କମ୍ପିଟେସନ ରେଗ୍ୟୁଲେଟରଙ୍କ ପକ୍ଷରୁ ଏହା ଏପର୍ଯ୍ୟନ୍ତ ସବୁଠୁ ବଡ ଜରମନା ବୋଲି ସଂସ୍ଥାଙ୍କ ମୁଖ୍ୟ ଇସାବେଲା ଡିସିଲଭା କହିଛନ୍ତି।ନିୟାମକଙ୍କ ୱେବସାଇଟ୍‌ରେ ପ୍ରକାଶିତ ନିଷ୍ପତ୍ତିରେ ଆମେରିକୀୟ ଇଣ୍ଟରନେଟ୍‌ ଦିଗ୍ଗଜଙ୍କୁ ଗଣମାଧ୍ୟମ ପ୍ରକାଶକଙ୍କ ଦ୍ୱାରା ସେମାନଙ୍କ କପିରାଇଟ୍‌ ସାମଗ୍ରୀର ବର୍ତ୍ତମାନ ଉପଯୋଗ ନିମନ୍ତେ ପାରିଶ୍ରମିକ ଅଫର କରିବା ଅଥବା ଦୈନିକ ୯ଲକ୍ଷ ୟୁରୋର କ୍ଷତିପୂରଣ ପ୍ରଦାନ ନିମନ୍ତେ ଆଦେଶ ଦେଇଛନ୍ତି। ତେବେ ଫରାସୀ ପ୍ରାଧିକରଣଙ୍କ ନିଷ୍ପତ୍ତି ନିରାଶାଜନକ ବୋଲି ଗୁଗଲଙ୍କ ଜନୈକ ମୁଖପାତ୍ର ଗଣମାଧ୍ୟମକୁ କହିଛନ୍ତି।ସେ କହିଛନ୍ତି ଯେ ଏଥିପାଇଁ ନିୟାମକ ଦେଇଥିବା ଅବଧିରେ ଆମେ ପ୍ରକାଶକଙ୍କ ସହ କଥାବାର୍ତ୍ତା କରିଛୁ।

ଏ ନେଇ ଆମ ପ୍ଲାଟଫର୍ମରେ ଆମେ କରିଥିବା ପ୍ରୟାସ ଅଥବା ଆମ ପ୍ଲାଟଫର୍ମରେ ନ୍ୟୁଜ କଣ୍ଟେଣ୍ଟର ବାସ୍ତବିକତା ନିୟାମକଙ୍କ ଆଦେଶରେ ପ୍ରତିଫଳିତ ହେଉ ନାହିଁ। ଗତ ମେ ଓ ସେପ୍ଟେମ୍ବର ୨୦୨୦ରେ ହୋଇଥିବା ଆଲୋଚନାକୁ ନେଇ ଏହି ନିଷ୍ପତ୍ତି ହୋଇଛି ବୋଲି ସେ କହିଛନ୍ତି।ଗୁଗଲ ସର୍ଚ୍ଚ ରେଜଲ୍ଟ ପ୍ରଦର୍ଶନ କାଳରେ ଗଣମାଧ୍ୟମ ଗ୍ରୁପଙ୍କ ଦ୍ୱାରା ପ୍ରଯୋଜିତ ଭିଡିଓ, ଛବି ଓ ସୂଚନାର ବିପୁଳ ଭଣ୍ଡାର ଖୋଲି ଦେଉଛନ୍ତି। ହେଲେ ଏ ବାବଦରେ ପାଉଥିବା ଅନଲାଇନ ବିଜ୍ଞାପନ ବାବଦ ବିପୁଳ ରାଜସ୍ୱରୁ ଗଣମାଧ୍ୟମଙ୍କ ଲାଗି ଗୁଗଲ ଗୋଟିଏ ବି ପଇସା ଖର୍ଚ୍ଚ କରୁନଥିବା ଫରାସୀ ଗଣମାଧ୍ୟମମାନେ ଅଭିଯୋଗ କରିଥିଲେ। ତେବେ ଏ ବାବଦେ ୟୁରୋପୀୟ ୟୁନିୟନ ପ୍ରଣୟନ କରିଥିବା ଡିଜିଟାଲ କପିରାଇଟ ଆଇନ ପାଳନ ଲାଗି ଗୁଗଲ ମନା କରିଦେବା ପରେ ନିୟାମକ ଗଣମାଧ୍ୟମ ସମୂହଙ୍କ ସହିତ ଏଥିଲାଗି ଆଲୋଚନା କରିବାକୁ ପରାମର୍ଶ ଦେଇଥିଲେ। ତେବେ ଏଥିରେ ଗୁଗଲ ବିଫଳ ହୋଇଥିବା କମ୍ପିଟେସନ ରେଗ୍ୟୁଲେଟର ଅନୁଭବ କରିଥିବା ବେଳେ ଜରିମନା ନିର୍ଦ୍ଦେଶ ଦେଇଛନ୍ତି।

Show More

Related Articles

Back to top button