Breaking PLUSଦେଶଦେଶ ବିଦେଶମୁଖ୍ୟ ଖବର

ନ୍ୟୁଜିଲାଣ୍ଡ-ପାକିସ୍ତାନ ମୁକାବିଲା, ବିଜୟ ପାଇଁ ପାକକୁ ଆବଶ୍ୟକ 402 ରନ୍

ବେଙ୍ଗାଲୁରୁସ୍ଥିତ ଏମ୍‌. ଚିନ୍ନାସ୍ବାମୀ ଷ୍ଟାଡିୟମରେ ୨୦୨୩ କ୍ରିକେଟ୍‌ ବିଶ୍ୱକପ୍‌ର ଶନିବାର ଖେଳାଯାଇଥିବା ୩୫ତମ ମ୍ୟାଚ୍‌ରେ ପାକିସ୍ତାନ ଅଧିନାୟକ ବାବର ଆଜମ ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲେ। ଆମନ୍ତ୍ରଣ ପାଇ ନ୍ୟୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୬ ଉଇକେଟ ହରାଇ ୪୦୧ ରନ୍‌ କରିଛି। ଫଳରେ ପାକିସ୍ତାନ ଆଗରେ ୪୦୨ ରନ୍‌ର ବିଶାଳ ଟାର୍ଗେଟ୍‌ ରଖିଛି ନ୍ୟୁଜିଲାଣ୍ଡ।

ନ୍ୟୁଜିଲାଣ୍ଡ ଦୁଇ ଓପନର ଡିଭନ କନ୍‌ୱେ ଏବଂ ରଚିନ ରବୀନ୍ଦ୍ର ଦଳକୁ ଭଲ ଷ୍ଟାର୍ଟ ଦେଇଥିଲେ। ଡିଭନ କନୱେ ୩୫ ରନ୍‌ କରି ଆଉଟ୍‌ ହୋଇଯାଇଥିଲେ। ହେଲେ ରଚିନ ରବୀନ୍ଦ୍ର ଏବଂ ଅଧିନାୟକ କେନ୍‌ ଓ୍ବିଲିୟମସନ ଧୈର୍ଯ୍ୟର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ରବୀନ୍ଦ୍ର ୯୪ ବଲ୍‌ରେ ୧୫ ଚଉକା ସହ ଗୋଟିଏ ଛକା ସହାୟତାରେ ୧୦୮ ରନ୍‌ ବିସ୍ଫୋରକ ଇନିଂସ୍‌ ଖେଳିଥିଲେ। ସେହିପରି ଅଧିନାୟକ ଓ୍ବିଲିୟମସନ ୭୯ ବଲ୍‌ରେ ୧୦ ଚଉକା ଏବଂ ୨ ଛକା ସହାୟତାରେ ୯୫ ରନ୍‌ର ଗୁରୁତ୍ୱପୂର୍ଣ୍ଣ ବ୍ୟାଟିଂ କରିଥିଲେ। ସେହିପରି ଡାରିଲ୍‌ ମିଚେଲ ୨୯ ରନ୍‌ କରିଥିବା ବେଳେ ମାର୍କ ଚାପମ୍ୟାନ୍‌ ୩୯ ରନ୍‌ କରିଥିଲେ।

ଶେଷ ବେଲକୁ ଗ୍ଲେନ୍‌ ଫିଲିପ୍ସ ଏବଂ ମିଚେଲ ସାଣ୍ଟନର ଧୂଆଁଧାର ବ୍ୟାଟିଂ କରିଥିଲେ। ଫିଲିପ୍ସ ୨୫ ବଲ୍‌ରେ ୪ ଚଉକା ଏବଂ ୨ ଛକା ସହାୟତାରେ ୪୧ ରନ୍‌ କରିଥିବା ବେଳେ ସାଣ୍ଟନର ୧୭ ବଳ୍‌ରେ ୨ ଛକା ସହାୟତାରେ ୨୬ ରନ୍‌ର ମହତ୍ତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ। ଫଳରେ ନ୍ୟୁଜିଲାଣ୍ଡ ୫୦ ଓଭରରେ ୬ ଉଇକେଟ ହରାଇ ୪୦୧ ରନ୍‌ କରିବାରେ ସକ୍ଷମ ହୋଇଥିଲା।

ପାକିସ୍ତାନର ସହମ୍ମଦ ଓ୍ବାଶିମ୍‌ ସର୍ବାଧିକ ୩ ଉଇକେଟ ନେଇଥିବା ବେଳେ ହାସନ୍‌ ଅଲି, ଇପ୍ଟକର ଅହମ୍ମଦ ଏବଂ ହରିସ ରାଉଫ୍‌ ଗୋଟିଏ ଲେଖାଁଏ ଉଇକେଟ୍‌ ନେବାରେ ସକ୍ଷମ ହୋଇଥିଲେ।

Show More

Related Articles

Back to top button