ଜୀବନଚର୍ଯ୍ୟାମୁଖ୍ୟ ଖବର

ନୂଆ ବର୍ଷରେ କରନ୍ତୁ ଏହି ୫ଟି ଉପାୟ

ବର୍ଷ ସାରା କଟିବ ଆନନ୍ଦ ଓ ଉଲ୍ଲାସରେ-

ନୂଆବର୍ଷ ଆରମ୍ଭ ହୋଇଗଲା l ଯେମିତି ସକାଳ ଯଦି ଭଲରେ ଆରମ୍ଭ ହୋଇଥାଏ ତେବେ ସାରା ଦିନଟି ଭଲରେ ବିତେ l ଠିକ ସେହି ପରି ବର୍ଷର ପ୍ରଥମ ଦିନଟି ଭଲରେ ଯାଇଥାଏ ତେବେ ବର୍ଷ ସାରା ଭଲରେ କଟେ l ପ୍ରତେକଟି ମଣିଷ ବର୍ଷସାରା ଭଲରେ ଯାଉ ବୋଲି ଆଶା କରିଥାନ୍ତି l ତେଣୁକରି ସମ୍ପୂର୍ଣ ବର୍ଷଟିକୁ ଶୁଭରେ ବିତାଇବା ପାଇଁ କିଛି ଉପାୟ ଅବଲମ୍ବନ କରନ୍ତୁ l ଯାହା ଦ୍ଵାରା ଘରକୁ ସୁଖ ସମୃଦ୍ଧି ଆସିବା ସହିତ ଲକ୍ଷ୍ମୀଙ୍କ ଆଶୀର୍ବାଦ ରହିଥାଏ l ତେଣୁ ବର୍ଷ ଆରମ୍ଭରୁ ଏହି ସବୁ ଉପାୟ କରନ୍ତୁ l

ପ୍ରଥମ ଉପାୟ -ଘରର ସୁଖ ସମୃଦ୍ଧି ପାଇଁ ଗୋଟିଏ ତମ୍ବା ଢାଳରେ ପାଣି ଭର୍ତି କରି କିଛି କେଶର ସେଥିରେ ମିଶାନ୍ତୁ l ଏହାପରେ ଏହି ପାଣିକୁ ଶିବ ଲିଂଗାରେ ଅର୍ପଣ କରନ୍ତୁ l ଜଳ ଚଢ଼ାଇ ଶିବଙ୍କୁ ପ୍ରଣାମ କରନ୍ତୁ l

ଦୁତୀୟ ଉପାୟ -ଆର୍ଥିକ ଅନାଟନରୁ ରକ୍ଷା ପାଇବା ପାଇଁ ଚାନ୍ଦିର ଢାଳରେ କଞ୍ଚା ଦୁଗ୍ଧ ,ଦହି ,ଘିଅ ,ମହୁ ଓ ଗୁଡ଼ ମିଶାଇ ପଞ୍ଚାମୃତ କରି ଶିବଲିଙ୍ଗରେ ଅର୍ପଣ କରାନ୍ତୁ l

ତୃତୀୟ ଉପାୟ -ଯଦି ଆପଣଙ୍କ ବୈବାହିକ ଜୀବନରେ କୌଣସି ଅସୁବିଧା ରହୁଛି ତେବେ ଉଦୟ ସୂର୍ଯ୍ୟଙ୍କୁ ତମ୍ବା ପାତ୍ରରେ ଜଳ,ଗୁଡ଼ ଓ ସିନ୍ଦୁର ମିଶାଇ ଅର୍ପଣ କରନ୍ତୁ l

ଚତୁର୍ଥ ଉପାୟ -ନିଜର ଚାକିରୀ କ୍ଷତ୍ରରେ ଉନ୍ନତି ପାଇଁ ଶିବଙ୍କ ବାହାନ ନନ୍ଦୀଙ୍କ ଉପରେ ଜଳ ଅର୍ପଣ କରି ଯେ କୌଣସି ଷଣ୍ଢକୁ ପାଚିଲା କଦଳୀ ଓ ସବୁଜ ଘାସ ଖାଇବାକୁ ଦିଅନ୍ତୁ l

ପଞ୍ଚମ ଉପାୟ -ଘରେ ଲକ୍ଷ୍ମୀଙ୍କ ବାସ ପାଇଁ ଓ ପିଲା ମାନଙ୍କର ଉନ୍ନତି ପାଇଁ ଯେ କୌଣସି ଗରିବକୁ ଗହମ ଓ ଅନ୍ନ ଦାନ କରନ୍ତୁ l ଏହା ଦ୍ୱାରା ଆପଣଙ୍କ ସନ୍ତାନ ମାନଙ୍କ ଭବିଷ୍ୟତରେ ଉନ୍ନତି ହେବ ସହିତ ଲକ୍ଷ୍ମୀଙ୍କର ଆଶୀର୍ବାଦ ରହିବ l

Show More

Related Articles

Back to top button