Breaking PLUSଓଡ଼ିଶାମୁଖ୍ୟ ଖବର

ସଚିନ ତେନ୍ଦୁଲକରଙ୍କୁ ନୂଆ ଦାୟିତ୍ୱ

ନିର୍ବାଚନରେ ଭୋଟ ଦେବା ଲାଗି ଲୋକଙ୍କୁ କରିବେ ସଚେତନ

() କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କୁ ନୂଆ ଦାୟିତ୍ୱ ମିଳିଛି। ନିର୍ବାଚନ କମିଶନ ଅଫ୍ ଇଣ୍ଡିଆ ସଚିନଙ୍କୁ ଗୁରୁତ୍ୱପୂର୍ଣ୍ଣ କାମ ଦେଇଛନ୍ତି। ଆଗାମୀ ୨୦୨୪ ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେବାଲାଗି ଭୋଟରଙ୍କୁ ସଚେତନ କରିବା ପାଇଁ ନିର୍ବାଚନ କମିଶନ ସଚିନ ତେନ୍ଦୁଲକରଙ୍କୁ ନ୍ୟାସନାଲ୍ ଆଇକନ୍ କରିଛନ୍ତି।

ଆଜି ନୂଆଦିଲ୍ଲୀରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏହାର ଘୋଷଣା କରାଯାଇଛି। ସଚିନ ୩ ବର୍ଷ ପାଇଁ ଏହି ଦାୟିତ୍ୱ ସମ୍ଭାଳିବାକୁ ଏମଓୟୁ ସ୍ୱାକ୍ଷର ହୋଇଛି। ଆସନ୍ତା ନିର୍ବାଚନରେ ଅଧିକରୁ ଅଧିକ ଭୋଟ୍ ଦେବା ଲାଗି ସାରା ଦେଶର ଭୋଟରଙ୍କୁ ସଚେତନ କରିବେ ସଚିନ।

Show More

Related Articles

Back to top button