ଓଡ଼ିଶାମନୋରଞ୍ଜନ

ହିରୋ ଅର୍ଦ୍ଧେନ୍ଦୁଙ୍କ ନୂଆ ଚଳଚ୍ଚିତ୍ର ‘ଭିଲେନ’

ହିରୋ ଅର୍ଦ୍ଧେନ୍ଦୁ ଏବେ ତାଙ୍କର ନୂଆ ଚଳଚ୍ଚିତ୍ର ସୁଟିଂ ପାଇଁ ବ୍ୟସ୍ତି ଅଛନ୍ତି । ହେଲେ ଏହି ଚଳଚ୍ଚିତ୍ରରେ ଅର୍ଦ୍ଧେନ୍ଦୁ ଭିଲେନ ଅବତାରରେ ନଜର ଆସିବେ ବୋଲି ଜଣାପଡିଛି । ଆଦିଲକ୍ଷ୍ମୀ ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ହେଉଥିବା ‘ଭିଲେନ’ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ. ମୁରଲୀକ୍ରୀଷ୍ଣା ।

ଫିଲ୍ମର ପ୍ରଯୋଜନା ଦାୟିତ୍ୱରେ ଆଦିକନ୍ଦ ସାହୁ ଥିବାବେଳେ ,କାର୍ଯ୍ୟକାରୀ ପ୍ରଯୋଜକ ଅଛନ୍ତି ଅଶ୍ୱନୀ ତ୍ରିପାଠୀ । ଚିତ୍ରନାଟ୍ୟ ଓ ସଂଳାପ ରଚନାରେ ଅଛନ୍ତି ଦେବୀଦତ୍ତ ମହାନ୍ତି । ଫିଲ୍ମ ପାଇଁ ଗୀତ ରଚନା କରିଛନ୍ତି ତପୁ ନାୟକ ଓ ବାପୁ ଗୋସ୍ୱାମୀ । ସ୍ୱର ସଂଯୋଜନା କରିଛନ୍ତି ଜାପାନୀ ଭାଇ । ଏହି ଚଳଚ୍ଚିତ୍ରରେ ଜଣେ ଅଭିନେତ୍ରୀ ନଜର ଆସିବେ । ୪୦ ଜଣ କଳାକାରଙ୍କୁ ଏହି ଚଳଚ୍ଚିତ୍ରରେ ଦେଖିବାକୁ ମିଳିବ ।

Show More

Related Articles

Back to top button