ଓଡ଼ିଶାମୁଖ୍ୟ ଖବରରାଜନୀତି

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ ପଡ଼ିଲା ମହଙ୍ଗା

କଂଗ୍ରେସ ଓ ବିଜେପିର ୩୦ କର୍ମୀ ଅଟକ

ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକଙ୍କ କନ୍ଧମାଳ ଗ୍ରସ୍ତ ପରିପ୍ରେକ୍ଷୀରେ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମମିତାଙ୍କୁ ନ୍ୟାୟ ଦେବା ଦାବିରେ ରାଜନୀତି ବେଶ ସରଗରମ ହୋଇଉଠିଛି । ଦିନକୁ ଗୋଟିଏ ପରେ ଗୋଟିଏ ତଥ୍ୟ ସାମନାକୁ ଆସିବା ବେଳେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବି କରବା ସହ ନାରାୟଣୀ ଛକ ଠାରେ କଳା ପତାକା ଦେଖାଇଛି କଂଗ୍ରେସ ।

ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନା ସମତେ ବିଜେଡିର କର୍ମୀ ଶୋଭାଯାତ୍ରା କରି ସହର ପରିକ୍ରମା କରି ଥିବା ବେଳେ କଳା ପତାକା ଦେଖାଇ ପ୍ରତିବାଦ କରିବା ସହ ବିଜେଡି ସହ ଧସ୍ତାଧସ୍ତି ହୋଇ ଥିଲା କଂଗ୍ରେସ ।

କଂଗ୍ରେସର ୩୦ ଜଣରୁ ଅଧିକ କର୍ମିଙ୍କୁ ଗିରଫ କରିଛି ପୁଲିସ । ସେହିପରି ମାଦିକୁନ୍ଦା ଛକ ଠାରେ ବିଜେପି ପକ୍ଷରୁ ମଧ୍ୟ ମମିତା ମେହେର ହତ୍ୟା ଘଟଣାରେ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ ଦାବି କରିବା ସହ ମୁଖ୍ୟମନ୍ତ୍ରୀ କନ୍ଧମାଳ ଛାଡିଚାଲିଜାନ୍ତୁ ବୋଲି ନାରା ଦେବା ସହ କଳା ପତାକା ପଦର୍ଶନ କରିଥିଲେ ବିଜେପିର କର୍ମି ମାନେ । ପ୍ରତିବାଦ କରୁଥିବା ବିଜେପିର ୩୦ ଜଣ କର୍ମି ମାନଙ୍କୁ ଅଟକ ରଖିଛି ପୋଲିସ । ଆଜି ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ସୁରକ୍ଷା ଦାୟିତ୍ୱରେ ଥିବା ପୁଲିସ ଯୁବ କଂଗ୍ରେସ କର୍ମୀଙ୍କୁ ଅଟକ ରଖିଥିବା ଜଣାପଡିଛି ।

Show More

Related Articles

Back to top button