ଓଡ଼ିଶାସ୍ୱତନ୍ତ୍ର

ତାଳଦଣ୍ଡା କେନାଲକୁ ମିଳିବ ନୂଆ ରୂପ,ଏନେଇ ଏନ୍‌ଓସି ପକ୍ଷରୁ ମିଳିଲା ଅନୁମତି

ବଦଳିବ ତାଳଦଣ୍ଡା କେନାଲର ଦୃଶ୍ୟପଟ । ଖୁବଶୀଘ୍ର ଦେଖିବାକୁ ମିଳିବ ନୂଆ ରୂପ । ପାଣି ଭିତରେ ଜଳକ୍ରୀଡ଼ା ହେବା ସହ ଏଥିରେ ଚାଲିବ ବୋଟ୍‌ । ସ୍ଥାନୀୟ ଅଧିବାସୀ ଓ ପର୍ଯ୍ୟଟକ ଭଳିକି ଭଳି ଦୁଃସାହସିକ ଜଳକ୍ରୀଡ଼ାର ମଜା ନେବେ । ମଝିରେ ମଝିରେ ଉଠିବ ଜଳ ଫୁଆର । ରଙ୍ଗୀନ ଆଲୋକମାଳାରେ ଝଲସିବ ଚତ୍ତୁପାର୍ଶ୍ୱ । ଆକର୍ଷଣୀୟ ହେବ ପୂରା ପରିବେଶ । ଏଥିପାଇଁ ଜଳ ସମ୍ପଦ ବିଭାଗ ଦେଇଛି ଏନ୍‌ଓସି ।

ସେହିପରି ତାଳଦଣ୍ଡାରେ ୱାର୍ଟର୍‌ ସ୍ପୋର୍ଟସ୍‌ ପାଇଁ ଏବେ ଘରୋଇ ସଂସ୍ଥାକୁ ଅନୁମତି ମିଳିଯାଇଛି । ଫଳରେ ଓଡ଼ିଶାରେ ପ୍ରଥମ ଥର ପାଇଁ ଏପରି ଏକ ମେଗା ଯୋଜନା କାର୍ଯ୍ୟକାରୀ ହେବାକୁ ଯାଉଛି । କେନାଲକୁ ନୂଆ ରୂପ ଦେବାକୁ ଭିତ୍ତିଭୂମି ସଜାଡ଼ୁଛନ୍ତି ରାଜ୍ୟ ସରକାର । କେବଳ କେନାଲ ଦୁଇ ପାର୍ଶ୍ବର ସୌନ୍ଦର୍ଯ୍ୟକରଣ ପଥଚାରୀଙ୍କୁ ଆକର୍ଷିତ କରିବନି ବରଂ କେନାଲ ଜଳରେ ଜଳକ୍ରୀଡ଼ା ଦେବ ଭିନ୍ନ ଅନୁଭୂତି । କେନାଲରେ ୱାଟର୍‌ ସ୍ପୋର୍ଟସ୍‌ କାର୍ଯ୍ୟକ୍ରମ କାର୍ଯ୍ୟକାରିତା ନେଇ ଜଳ ସମ୍ପାଦକ ବିଭାଗ ପକ୍ଷରୁ ଓଡ଼ିଶା ପର୍ଯ୍ୟଟନ ବିଭାଗକୁ ସୂଚନା ଦିଆଯାଇଛି । ପରିଚାଳନା ଲାଗି କିଛି ସର୍ତ୍ତ ରହିଛି । ଏହାକୁ ନ ମାନିଲେ ଘରୋଇ ସଂସ୍ଥାକୁ ମିଳିଥିବା ଅନୁମତିକୁ ବାତିଲ କରିଦିଆଯିବ ବୋଲି କୁହାଯାଇଛି ।

ସେହିପରି କେନାଲ ଜଳ ଯେପରି ପ୍ରଦୂଷଣ ନ ହୁଏ ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । କୌଣସି ବର୍ଜ୍ୟବସ୍ତୁ ଏବଂ ବିଶୋଧନ ହୋଇନଥିବା ଜଳ ଏହି କେନାଲର ନ ଛାଡ଼ିବା ଲାଗି କୁହାଯାଇଛି । ଏହାଛଡ଼ା ପର୍ଯ୍ୟଟନ ବିଭାଗର ଯାହା ସର୍ତ୍ତାବଳୀ ରହିଛି ତାକୁ ବି ମାନିବାକୁ ହେବ । ସ୍ପେସିଆଲ୍‌ ସିଙ୍ଗଲ୍‌ ୱିଣ୍ଡୋ କ୍ଲିଅରାନ୍ସ କମିଟି (ଏସ୍‌ଏସ୍‌ଡବ୍ଲୁସିସି) ମଧ୍ୟ ତାଳଦଣ୍ଡା କେନାଲରେ ୱାର୍ଟର ସ୍ପୋର୍ଟ୍ସକୁ ଅନୁମତି ଦେଇଛି । ତାଳଦଣ୍ଡା କେନାଲ ବନ୍ଧରେ ଥିବା ଉଠା ବ୍ୟବସାୟୀମାନେ ଯେପରି ନବସିବେ ସେଥିପାଇଁ ସିଏମ୍‌ସି ପକ୍ଷରୁ ଅର୍ବାନ ହାଟ ନିର୍ମାଣ କରାଯାଉଛି । ଏହା ଆସନ୍ତା ଡିସେମ୍ବର ସୁଦ୍ଧା ଶେଷ ହେବ ।

 

Show More

Related Articles

Back to top button