Breaking PLUSଓଡ଼ିଶାମୁଖ୍ୟ ଖବର

୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ ନୂତନ କରୋନା ଆକ୍ରାନ୍ତ

ଗତ ୨୪ଘଣ୍ଟା ମଧ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦୫ଜଣ ନୂତନ କରୋନା ଆକ୍ରାନ୍ତ । ଆକ୍ରାନ୍ତଙ୍କ ମଧ୍ୟରୁ ୬୨ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୪୩ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥି ସହ ୧୮ବର୍ଷରୁ କମ ବୟସ ମଧ୍ୟରେ ୧୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

 

୨୪ଘଣ୍ଟା ମଧ୍ୟରେ ଅନୁଗୁଳରୁ ୩ଜଣ, ବାଲେଶ୍ୱରରୁ ଜଣେ, ବରଗଡ଼ରୁ ୨ଜଣ, ଭଦ୍ରକରୁ ଜଣେ, କଟକରୁ ୪ଜଣ, ଗଞ୍ଜାମରୁ ୪ଜଣ, ଯାଜପୁରରୁ ୫ଜଣ, କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୪ଜଣ, କେନ୍ଦୁଝରରୁ ୫ଜଣ, ଖୋର୍ଦ୍ଧାରୁ ୪୮ଜଣ, ମୟୁରଭଞ୍ଜରୁ ୧୦ଜଣ, ନୟାଗଡ଼ରୁ ୨ଜଣ, ସମ୍ବଲପୁରରୁ ୨ଜଣ, ସୁନ୍ଦରଗଡ଼ରୁ ଜଣେ, ଷ୍ଟେଟ୍ ପୁଲରୁ ୧୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଲକ୍ଷ ୫୦ହଜାର ୩୫୪ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୦ଲକ୍ଷ ୩୯ହଜାର ୬୭୩ଜଣ ସୁସ୍ଥ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ୨ହଜାର ୨୦୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Show More

Related Articles

Back to top button