Breaking PLUSଓଡ଼ିଶାମୁଖ୍ୟ ଖବର

ରାଜ୍ୟରେ ଆଉ ଜଣେ ଆକ୍ରାନ୍ତଙ୍କ ଜୀବନ ନେଲା ମହାମାରୀ କରୋନା

ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଇଛି କରୋନା ମହାମାରୀ । ଗତ ୨୪ ଘଣ୍ଟାରେ ୧୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଜଣେ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୪୨୩ କୁ ବୃଦ୍ଧି ପାଇଛି । ମୃତକ ଜଣକ ହେଉଛନ୍ତି ପୁରୀ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ବୃଦ୍ଧ ।

ସୂଚନା ଅନୁସାରେ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ ୧୦୫୦୩୫୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୨୦୫ ଅକ୍ଟିଭ୍ କେସ୍ ରହିଥିବା ବେଳେ ୧୦୩୯୬୭୩ ଜଣ ସୁସ୍ଥ ହୋଇଛନ୍ତି ।

Show More

Related Articles

Back to top button