Breaking PLUSଦେଶମୁଖ୍ୟ ଖବର

ଦେଶରେ ୬,୮୨୨ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

୨୨୦ ମୃତ

ଗତ କିଛି ଦିନ ହେବ ଦେଶରେ କରୋନାର ଦୈନିକ ସଂକ୍ରମଣ ସଂଖ୍ୟାରେ ବଡ଼ ହ୍ରାସ ପରିଲକ୍ଷିତ ହୋଇଛି । ବର୍ତ୍ତମାନ ଦୈନିକ ସଂକ୍ରମଣ ୭ ହଜାରରୁ ସାମାନ୍ୟ କମ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬,୮୨୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।ଏଥିସହିତ ୨୨୦ଜଣ କରୋନା ସଂକ୍ରମିତଙ୍କର ମୃତ୍ୟୁ ଘଟିଛି ।

ଦିନକ ମଧ୍ୟରେ ୧୦,୦୦୪ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ଆରୋଗ୍ୟ ହାର ୯୮.୩୬% ରହିଛି । ସେହିଭଳି ଦୈନିକ ସଂକ୍ରମଣ ହାର ୦.୬୩% ଏବଂ ସାପ୍ତାହିକ ସଂକ୍ରମଣ ହାର ୦.୭୮% ରହିଛି ।

ଦେଶରେ ଏପର୍ଯ୍ୟନ୍ତ କରୋନାରୁ ମୋଟ ୩,୪୦,୭୯,୬୧୨ ଜଣ ସୁସ୍ଥ ହୋଇସାରିଲେଣି । ସଂପ୍ରତି ୯୫,୦୧୪ ଜଣ ସକ୍ରିୟ କରୋନା ରୋଗୀ ରହିଛନ୍ତି । ଦେଶରେ ଏପର୍ଯ୍ୟନ୍ତ ମୋଟ ୧୨୮.୭୬ କୋଟି ପାନ ଟିକା ଦିଆଯାଇସାରିଛି । ସେହିଭଳି ଗତ ସୋମବାର ସୁଦ୍ଧା ମୋଟ ୬୪,୯୪,୪୭,୦୧୪ ନମୁନା ପରୀକ୍ଷା କରାଯାଇଛି । କେବଳ ସୋମବାର ଦିନ ୧୦,୭୯,୩୮୪ ନମୁନା ପରୀକ୍ଷା କରାଯାଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂତ୍ରରୁ ଜଣାଯାଇଛି ।

Show More

Related Articles

Back to top button