Breaking PLUSଦେଶମୁଖ୍ୟ ଖବର

କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଆତଙ୍କ, ଭାରତରେ ଦୁଇ ଆଫ୍ରିକୀୟ କରୋନା ପଜଟିଭ୍ ଚିହ୍ନଟ

ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ବଢିଯାଇଛି ଆତଙ୍କ । ଦକ୍ଷିଣ ଆଫ୍ରିକାରୁ ବେଙ୍ଗାଲୁରୁ ଆସିଥିବା ଦୁଇଜଣ ଯାତ୍ରୀ କରୋନା ପଜଟିଭ ଚିହ୍ନଟ ହୋଇଛନ୍ତି । ତେବେ ସେମାନେ ଓମିକ୍ରନ ଭାରିଆଣ୍ଟ ଦ୍ୱାରା ସଂକ୍ରମିତ ହୋଇଛନ୍ତି କି ନାହିଁ ତାହା ସ୍ପଷ୍ଟ କରିବାକୁ ସେମାନଙ୍କ ‘ଜିନୋମ ସିକ୍ୱେନ୍ସିଂ’ ପରୀକ୍ଷା କରାଯାଇଛି ।

ପ୍ରାରମ୍ଭିକ ପରୀକ୍ଷଣରେ ସଂକ୍ରମଣର କାରଣ ଡେଲଟା ଭାରିଆଣ୍ଟ ବୋଲି ଜଣାପଡ଼ିଥିଲେ ହେଁ ଅଧିକ ତଥ୍ୟ ପାଇଁ ଚୂଡ଼ାନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି । ମିଳିଥିବା ସୂଚନା ଅନୁସାରେ ବେଙ୍ଗାଲୁରୁ ଅନ୍ତର୍ଜାତୀୟ ଏୟାରପୋର୍ଟକୁ ଶନିବାର ୧୦ଟି ଦେଶରୁ ମୋଟ ୫୮୪ ଜଣ ଯାତ୍ରୀ ଆସଥିଲେ । ସେମାନଙ୍କ ମଧ୍ୟରୁ ୯୪ ଜଣ ଦକ୍ଷିଣ ଆଫ୍ରିକାରୁ ଆସିଥିଲେ । ବିମାନଯାତ୍ରୀଙ୍କ ପରୀକ୍ଷା ବେଳେ ଦୁଇଜଣ ଦକ୍ଷିଣ ଆଫ୍ରିକୀୟ ନାଗରିକ କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା ।

ଏହା ପରେ ସେମାନଙ୍କ ନମୂନାକୁ ‘ଜିନୋମ ସିକ୍ୱେନ୍ସିଂ’ ପାଇଁ ପୁଣେ ପଠାଯାଇଛି । ଏହି ଦୁଇଜଣଙ୍କୁ ଏବେ କ୍ୱାରେଣ୍ଟାଇନରେ ରଖାଯାଇଛି । ଅନ୍ୟପଟେ ମୁମ୍ବାଇ ଏୟାରପୋର୍ଟରେ ମଧ୍ୟ ବିଦେଶୀ ଯାତ୍ରୀଙ୍କ ଯାଞ୍ଚ ପ୍ରକ୍ରିୟାକୁ କଡ଼ା କଡି କରାଯାଇଛି ।

Show More

Related Articles

Back to top button