Breaking PLUSଦେଶମୁଖ୍ୟ ଖବର

ପ୍ରକାଶ ପାଇଲା ନିଟ୍ ପରୀକ୍ଷା ଫଳ: ଦେଶରେ ପ୍ରଥମ ସ୍ଥାନରେ ରହିଛନ୍ତି ମୃଣାଳ

ଗତକାଲି ପ୍ରକାଶ ପାଇଛି ମେଡିକାଲ ସ୍ନାତକ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁଷ୍ଠିତ ହୋଇଥିବା ନ୍ୟାସନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ(ନିଟ୍‌) ପରୀକ୍ଷା ଫଳ । ପରୀକ୍ଷାର୍ଥୀଙ୍କ ଇ-ମେଲ୍‌ରେ ସେମାନଙ୍କ ରେଜଲ୍ଟ ପଠାଯାଇଥିବା ନେଇ ପରୀକ୍ଷା ପରିଚାଳନା କରୁଥିବା ଏନ୍‌ଟିଏ ପକ୍ଷରୁ ସୂଚନା ଦିଆଯାଇଛି ଯଦି ପରୀକ୍ଷାର୍ଥୀ ଚାହାଁନ୍ତି ତେବେ ntaresults.nic.in ଓ neet.nta.nic.in ୱେବସାଇଟ୍‌ ମାଧ୍ୟମରେ ବି ସେମାନଙ୍କ ପରୀକ୍ଷା ଫଳ ଦେଖିପାରିବେ । ଦେଶର ୩ ଜଣ ଛାତ୍ରଛାତ୍ରୀ ୭୨୦ରୁ ୭୨୦ ମାର୍କ ରଖି ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ମୃଣାଳ କୁଟ୍ଟେରି ପ୍ରଥମ ସ୍ଥାନରେ ରହିଥିବା ବେଳେ ତନ୍ମୟ ଗୁପ୍ତା ଦ୍ୱିତୀୟ ଓ କାର୍ଥିକା ଜୀ ନାୟର ତୃତୀୟ ସ୍ଥାନରେ ରହିଛନ୍ତି । ‌

ନିଟ୍‌ ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ମେଡିକାଲ କଲେଜରେ ନାମଲେଖା ନେଇ ଖୁବ୍‌ଶୀଘ୍ର ପ୍ରକ୍ରିୟା ଆରମ୍ଭ କରାଯିବ । ନିଟ୍‌-ୟୁଜି ରାଙ୍କ୍‌ ଆଧାରରେ ଜାତୀୟ ଓ ରାଜ୍ୟସ୍ତରରେ କାଉନସେଲିଂ ଅନୁଷ୍ଠିତ ହେବ । ସର୍ବଭାରତୀୟ କୋଟାରେ ଥିବା ୧୫% ସିଟ୍‌ ପାଇଁ ଏମ୍‌ସିସି କାଉନସେଲିଂ କରିବାକୁ ଥିବା ବେଳେ ୮୫% ସିଟ୍‌ ରାଜ୍ୟସ୍ତରୀୟ କାଉନସେଲିଂରେ ପୂରଣ ହେବ । ଚଳିତବର୍ଷ ସେପ୍ଟେମ୍ବର ୧୨ରେ ନିଟ୍‌ ପରୀକ୍ଷା ଅନୁଷ୍ଠିତ ହୋଇଥିଲା । ଦେଶର ୨୦୨ଟି ସହରରେ ଆୟୋଜିତ ହୋଇଥିବା ଏହି ପରୀକ୍ଷାରେ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଏଥର ଦେଶର ୮୩ ହଜାର ୫୦ ଏମ୍‌ବିବିଏସ୍‌ ସିଟ୍‌ ସମେତ ୨୬ ହଜାର ୯୪୯ ‌ଡେଣ୍ଟାଲ, ୫୨ ହଜାର ୭୨୦ ଆୟୁଷ ସିଟ୍‌ରେ ନାମଲେଖା କରାଯିବ ।

Show More

Related Articles

Back to top button