Breaking PLUSଓଡ଼ିଶାମୁଖ୍ୟ ଖବର

ଟିକା ନେଇନଥିଲେ ଏଣିକି ଘରକୁ ଘର ବୁଲି ଟିକା ଦେବେ ସ୍ୱାସ୍ଥ୍ୟ କର୍ମୀ

ରାଜ୍ୟରେ ଏଣିକି ଘରକୁ ଘର ବୁଲି ଟିକା ଦେବେ ସ୍ୱାସ୍ଥ୍ୟ କର୍ମୀ । ଟିକା ନେଇନଥିଲେ ଘରକୁ ଯିବେ ସ୍ୱାସ୍ଥ୍ୟ କର୍ମୀ । ଆଜିଠୁ ଘର ଘର ବୁଲି ଭ୍ୟାକ୍ସିନ ନେଇନଥିବା ଲୋକଙ୍କୁ ଚିହ୍ନଟ କରିବେ ଅଙ୍ଗନବାଡ଼ି କର୍ମଚାରୀ ଓ ସ୍ୱାସ୍ଥ୍ୟକର୍ମୀ । ପ୍ରଥମ ଡୋଜ୍ ନେବା ପରେ ଦ୍ୱିତୀୟ ଡୋଜ୍ ଟିକା ନେବାକୁ ଲୋକ ଭୁଲିଯାଉଛନ୍ତି । ଦେଶରେ ୧୧କୋଟି ଓ ରାଜ୍ୟରେ ୩୦ ଲକ୍ଷ ଲୋକ ନେଇନାହାନ୍ତି ଦ୍ୱିତୀୟ ଡୋଜ ।

ଆଜିଠୁ ଗାଁ ଠାରୁ ଆରମ୍ଭ କରି ସହର ଯାଏଁ ଯେଉଁମାନେ ଟିକା ନେଇ ନାହାଁନ୍ତି, ସେମାନଙ୍କୁ ଟିକା ଦେବା ପାଇଁ ଅଭିଯାନ ଆରମ୍ଭ କରିବ ସ୍ୱାସ୍ଥ୍ୟ ବିଭାଗ । ତୁରନ୍ତ ଏମାନଙ୍କର ତାଲିକା ପ୍ରସ୍ତୁତ କରି ଦ୍ୱିତୀୟ ଡୋଜ୍ ଟିକା ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଯେଉଁ ଗାଁରେ ଅଧିକ ଲୋକ ଟିକା ନେଇନଥିବେ ସେଠାରେ ଟିକାଦାନ କେନ୍ଦ୍ର କରାଯିବ । ରାଜ୍ୟରେ ୨କୋଟି ୫୭ ଲକ୍ଷ ପ୍ରଥମ ଡୋଜ ଟିକା ନେଇଛନ୍ତି । ୩୦ଲକ୍ଷ ଲୋକ ଅବଧି ସମୟ ସରିବା ପରେ ବି ଦ୍ୱିତୀୟ ଡ଼ୋଜ ଟିକା ନେଇନାହାନ୍ତି । ଚଳିତମାସ ଶେଷ ସୁଦ୍ଧା ସମସ୍ତଙ୍କୁ ପ୍ରଥମ ଡୋଜ୍ ଟିକା ଦେବା ପାଇଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଣ୍ଟା ଭିଡ଼ିଛି । ତେବେ ରାଜ୍ୟରେ ଦୈନିକ ୪ଲକ୍ଷ ଟିକାକରଣ ପାଇଁ ଟାର୍ଗେଟ ରଖାଯାଇଛି । ସେହି ଅନୁସାରେ ୧୬ଶହରୁ ଅଧିକ ଟିକାକରଣ କେନ୍ଦ୍ର କରାଯାଇଛି ।

Show More

Related Articles

Back to top button