ଦେଶରାଜନୀତି

NDA ସାଂସଦଙ୍କୁ ମୋଦିଙ୍କ ବଡ ମନ୍ତ୍ର

ଗତ ବୁଧବାର ଦିନ ଏନଡିଏ ସାଂସଦଙ୍କ ସହ  ଅନେକ ବୈଠକରେ ଉତ୍ତରପ୍ରଦେଶ ଏବଂ ଦକ୍ଷିଣ ରାଜ୍ୟର ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାକ୍ଷାତ କରିଛନ୍ତି । ଏହି ସମୟରେ ସେ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଜୟର ମନ୍ତ୍ର ଦେଇଛନ୍ତି । ବିଜୟ ମନ୍ତ୍ରରେ ସେମାନଙ୍କୁ କହିଛନ୍ତି, “ଦାରିଦ୍ର୍ୟ ହେଉଛି ସବୁଠାରୁ ବଡ଼ ଜାତି “। ଏହା ପରେ ସେ ଦକ୍ଷିଣର ସମସ୍ତ ରାଜ୍ୟରୁ ସାଂସଦମାନଙ୍କୁ ମଧ୍ୟ ସମ୍ବୋଧିତ କରିଥିଲେ ।

ବୁଧବାରର ପ୍ରଥମ ବୈଠକରେ ଉତ୍ତରପ୍ରଦେଶର ପୂର୍ବ ଅଞ୍ଚଳର ଏନଡିଏ ସାଂସଦମାନଙ୍କ ସହ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ବୈଠକରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, କର୍ଣ୍ଣାଟକ, କେରଳ, ତାମିଲନାଡୁ, ପୁଡୁଚେରୀ ଏବଂ ଆଣ୍ଡାମାନ ଏବଂ ନିକୋବର ଦ୍ୱୀପ ସମେତ ଦକ୍ଷିଣ ରାଜ୍ୟର ସାଂସଦମାନେ ଯୋଗ ଦେଇଥିଲେ ।ତେବେ ପ୍ରଥମ ବୈଠକକୁ କେନ୍ଦ୍ର ମନ୍ତ୍ରୀ ଅନୁପ୍ରିୟା ପଟେଲଙ୍କ ସହ ମୋଦୀ ସରକାରଙ୍କ ବରିଷ୍ଠ ମନ୍ତ୍ରୀ ମହେନ୍ଦ୍ର ନାଥ ପାଣ୍ଡେଙ୍କ ଦ୍ୱାରା ଆୟୋଜନ କରାଯାଇଥିଲା । ଏହି ବୈଠକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏବଂ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ସମ୍ବୋଧିତ କରିଛନ୍ତି । କେବଳ ଏତିକି ନୁହେଁଏହି ନିର୍ବାଚନମଣ୍ଡଳୀରୁ ରାଜନନାଥ ସିଂ ମଧ୍ୟ ନିର୍ବାଚିତ ହୋଇଛନ୍ତି ।

ଏହା ସହ ପ୍ରଧାନମନ୍ତ୍ରୀ ଉତ୍ତରପ୍ରଦେଶର ସାଂସଦମାନଙ୍କୁ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଯୋଜନାକୁ ଜନସାଧାରଣଙ୍କ ନିକଟକୁ ନେବା ଏବଂ ବିରୋଧୀଙ୍କ ଦ୍ୱାରା ପ୍ରଚାରିତ ଗୁଜବକୁ ଦୂର କରିବା ଜରୁରୀ  ଅଟେ। ସେ ଆହୁରି ମଧ୍ୟ କହିଛନ୍ତି ଯେ ବିରୋଧୀଦଳର ମିଥ୍ୟା ଅଭିଯୋଗକୁ ସଫଳତାର ସହ ମୁକାବିଲା କରିବା ପାଇଁ ବୃତ୍ତିଗତ ସୋସିଆଲ ମିଡିଆ ଦଳ ସହିତ ଆପଣଙ୍କ ନିର୍ବାଚନମଣ୍ଡଳୀକୁ ସଶକ୍ତ କରନ୍ତୁ । ପ୍ରଧାନମନ୍ତ୍ରୀ ମୋଦୀ ସଂସଦୀୟମାନଙ୍କୁ ସୋସିଆଲ ମିଡିଆରେ ସକ୍ରିୟ ରହିବାକୁ ଏବଂ ଡିଜିଟାଲ ଦୁନିଆରେ ଏକ୍ସପୋଜର ବଢ଼ାଇବା ପାଇଁ ବୃତ୍ତିଗତ ସୋସିଆଲ ମିଡିଆ ବିଶେଷଜ୍ଞଙ୍କ ସେବା ନେବାକୁ ପରାମର୍ଶ ଦେଇଛନ୍ତି ।

ଏନଡିଏ ସରକାରଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ବିଷୟରେ ସ୍ଥାନୀୟ ଲୋକଙ୍କ ସହ ଯୋଗାଯୋଗ କରିବାକୁ ସଂସଦୀୟ ଦଳର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ କହିଛନ୍ତି ଯେ ଏହା ହାସଲ କରିବା ପାଇଁ ଆମେ ଏକ କଲ ସେଣ୍ଟର ଖୋଲିବାକୁ ବିଚାର କରିପାରିବା । ଦାରିଦ୍ର୍ୟ ଦୂରୀକରଣ ଦିଗରେ କାର୍ଯ୍ୟ କରିବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, ଦାରିଦ୍ର୍ୟ ହେଉଛି ସବୁଠାରୁ ବଡ ଜାତି ।

Show More

Related Articles

Back to top button