Breaking PLUSଦେଶ ବିଦେଶମୁଖ୍ୟ ଖବର

ଦେବ ଦୀପାବଳି ଅବସରରେ ବାରାଣସୀ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦୀ, ଜଳିବ ୧୫ ଲକ୍ଷ ଦୀପ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ନମ୍ବର ଜାତୀୟ ରାଜପଥର ହାଣ୍ଡିଆ (ପ୍ରୟାଗରାଜ)ରୁ ରାଜାତଲାବ (ବାରାଣସୀ)କୁ ସଂଯୋଗ କରୁଥିବା ୬ଥକିଆ ରାସ୍ତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ୧୯ ନମ୍ବର ଜାତୀୟ ରାଜପଥର ହାଣ୍ଡିଆ (ପ୍ରୟାଗରାଜ)ରୁ ରାଜାତଲାବ (ବାରାଣସୀ)କୁ ସଂଯୋଗ କରୁଥିବା ୬ଥକିଆ ରାସ୍ତାକୁ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ । ୭୩ କିମି ବିଶିଷ୍ଟ ଏହି ସଡ଼କ ପାଇଁ ୨ ହଜାର ୪୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାସ୍ତା ଲୋକାର୍ପଣ ହୋଇଯିବା ପରେ ବାରାଣସୀରୁ ପ୍ରୟାଗରାଜ ୧ ଘଣ୍ଟା ରାସ୍ତା କମ ହୋଇଯିବ ।

ବାରାଣସୀ ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଦେବ ଦୀପାବଳି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ । ଏତଦ ବ୍ୟତୀତ ସେ କାଶୀ ବିଶ୍ୱନାଥ ମନ୍ଦିର ଓ ସାରନାଥ ପ୍ରତ୍ନତାତ୍ତ୍ୱିକ ଅଂଚଳର ପରିଦର୍ଶନ କରିବେ । ବାରାଣସୀର ରାଜଘାଟ ଠାରେ ପ୍ରଧାନମନ୍ତ୍ରୀ ମୋଦୀ ଦୀପ ଜଳାଇବେ । ଏହା ପରେ ଗଂଗା ନଦୀ କୂଳରେ ୧୫ ଲକ୍ଷ ଦୀପ ଜଳିବ । 

ସୂଚନାଯୋଗ୍ୟ, ଦେବ ଦୀପାବଳି ହେଉଛି ଦୀପାବଳି ପର୍ବର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ । ଅଯୋଧ୍ୟାରେ ଯେପରି ଭାବେ ଦୀପାବଳି ପାଳନ ହୋଇଥାଏ, ଠିକ ସେହିପରି ବାରାଣସୀରେ ଉତ୍ସାହର ସହିତ ଦେବ ଦୀପାବଳି ପାଳନ କରାଯାଇଥାଏ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ପର୍ବ ପାଳନ କରାଯାଇଥାଏ ।

Show More

Related Articles

Back to top button