Breaking PLUSଦେଶମୁଖ୍ୟ ଖବର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହିରାବେନ୍ ମୋଦି ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ନୂଆଦିଲ୍ଲୀ, ୨୮/୧୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମା ହିରାବେନ୍ ମୋଦି ଅସୁସ୍ଥ। ତାଙ୍କୁ ଅହମ୍ମଦାବାଦ୍ ସ୍ଥିତ ୟୁଏନ୍ ମେହେତା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହିରାବେନ୍ଙ୍କ ବୟସ ବର୍ତ୍ତମାନ ୧୦୦ ବର୍ଷରୁ ଉର୍ଦ୍ଧ୍ଵ ହେବ। ଚଳିତ ବର୍ଷ ଜୁନ୍ ମାସରେ ସେ ୧୦୦ତନ ଜନ୍ମଦିନ ପାଳନ କରିଥିଲେ।
ପ୍ରକାଶ ଥାଉକି, ଗତକାଲି ନରେନ୍ଦ୍ର ମୋଦିଙ୍କ ଭାଇ ପ୍ରହ୍ଲାଦ ମୋଦି କାର୍ ଦୁର୍ଘଟଣାରେ ଆହତ ହୋଇଥିଲେ। କର୍ଣ୍ଣାଟକର ମହୀଶୂର ନିକଟରେ ପ୍ରହ୍ଲାଦ ମୋଦିଙ୍କ କାର୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣା ବେଳେ କାର୍ ଭିତରେ ପ୍ରହ୍ଲାଦ, ତାଙ୍କ ପତ୍ନୀ, ପୁଅ, ବୋହୂ ଓ ନାତି ଥିଲେ।