Breaking PLUSଓଡ଼ିଶାଖେଳମୁଖ୍ୟ ଖବର

ହକି ବିଶ୍ଵକପ୍ : ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କଲେ ଡିସିପି ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ

ଭୁବନେଶ୍ଵର, ୨୮/୧୨ : ଆସନ୍ତା ଜାନୁଆରୀ ୧୩ ତାରିଖରୁ ଭୁବନେଶ୍ଵର ଏବଂ ରାଉରକେଲାରେ ଅନୁଷ୍ଠିତ ହେବ ହକି ବିଶ୍ଵକପ୍। ଭୁବନେଶ୍ଵର ବିମାନ ବନ୍ଦରରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କଲେ ଡିସିପି ଏବଂ ବିମାନ ବନ୍ଦର କର୍ତ୍ତୃପକ୍ଷ। ବିମାନ ବନ୍ଦର ଭିତରେ ଏବଂ ବାହାରେ ସୁରକ୍ଷା ବ୍ୟବସ୍ତା ଯାଞ୍ଚ୍ କରାଯାଇଛି। ହକି ସମୟରେ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଉପରେ ନଜର ରହିବ। ବାହାର ଦେଶରୁ ଆସୁଥିବା ଖେଳାଳିଙ୍କ ସୁରକ୍ଷା ଉପରେ ସ୍ଵତନ୍ତ୍ର ନଜର ରଖାଯିବ।

ଏନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ଯେ, ଖେଳାଳିମାନଙ୍କ ପାଇଁ ବିମାନବନ୍ଦର ଭିତରେ ସେଲଫି ଜୋନ ରଖାଯିବ। ଏହା ସହିତ ବିମାନବିନ୍ଦରରେ ଖେଳାଳିଙ୍କ ଦୃଷ୍ଟି ଆର୍କଷଣ ପାଇଁ ବାଲୁକ କଳା କରାଯିବ।

Show More

Related Articles

Back to top button