ମନୋରଞ୍ଜନ

‘ମୋ ସ୍ୱାମୀ ଅହଂକାରୀ, ସଲମାନ ହିଁ ତାଙ୍କୁ ଠିକ୍ କରିପାରିବେ’-ରାକ୍ଷୀ ସାୱନ୍ତ

ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତ ସର୍ବଦା ନିଜର ବିବୃତ୍ତି ଯୋଗୁଁ ଆଲୋଚନାରେ ରହିଥାନ୍ତି । ବର୍ତ୍ତମାନ ରାକ୍ଷୀ ଏପରି କିଛି କହିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେଉଛି ।

ରାକ୍ଷୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ରିତେଶ ଜଣେ ଅହଂକାରୀ ବ୍ୟକ୍ତି ଏବଂ ସଲମାନ ଖାନ ହିଁ ତାଙ୍କୁ ଠିକ୍ କରିପାରିବେ। ସମ୍ପ୍ରତି, ବିଗ୍ ବସ୍ ଏହାର ୧୫ ତମ ସିଜିନକୁ ନେଇ ଚର୍ଚ୍ଚାରେ, ଏହି ସମୟରେ ରାକ୍ଷୀ ଏକ ଇଣ୍ଟରଭ୍ୟୁ ସମୟରେ ଏହି କଥା କହିଛନ୍ତି ।ରାକ୍ଷୀ କହିଛନ୍ତି ଯେ, ‘ମୁଁ ବିଗ୍ ବସ୍ ନିର୍ମାତାମାନଙ୍କୁ ଅନୁରୋଧ କରୁଛି, ରିତେଶଙ୍କୁ କାନାଡାରୁ ଆଣିବା ପାଇଁ ବ୍ୟବସ୍ଥା କରନ୍ତୁ ଏବଂ ତାଙ୍କ ସହ ସୋ’ରେ ଭାଗ ନେବାକୁ ମୋତେ ସୁଯୋଗ ଦିଅନ୍ତୁ’। ରାକ୍ଷୀ ଆହୁରି ମଧ୍ୟ କହିଛନ୍ତି, ‘ମୋ ସ୍ୱାମୀଙ୍କର ବହୁତ ଇଗୋ ଅଛି ଏବଂ ସଲମାନ ଖାନ ସାର୍ ଆଉ ବିଗ୍ ବସ୍ ହିଁ ତାଙ୍କ ଦିମାଗକୁ ଠିକ୍ କରିପାରିବେ ।

ବିଗ୍ ବସ୍ ଘରକୁ ଯିବା ପରେ ଅନେକ ଲୋକଙ୍କ ଦିମାଗ ଠିକ୍ ହୋଇଯାଇଛି ।’ତେବେ, ରିତେଶ ବିଗ୍ ବସ୍ ଶୋ’ରେ ଭାଗ ନେବେ କି ନାହିଁ ପ୍ରଶ୍ନର ଉତ୍ତରରେ ରାକ୍ଷୀ କହିଛନ୍ତି, ‘ପଇସା ପକାଅ ନାଟକ ଦେଖ, ସମସ୍ତେ ଟଙ୍କା ପାଇଁ କାମ କରନ୍ତି ଏବଂ ଯଦି ବିଗ୍ ବସ୍ ଭଲ ଅଫର୍ ପ୍ରଦାନ କରିବେ ତେବେ ସେ ସୋ’ରେ କାହିଁକି ଅଂଶଗ୍ରହଣ କରିବେ ନାହିଁ?’ ବିଗ୍ ବସ୍ ର ୧୪ ତମ ସିଜନରେ ରାକ୍ଷୀଙ୍କ ସ୍ୱାମୀ ରିତେଶଙ୍କ ବିଷୟରେ ଅନେକ ଆଲୋଚନା ହୋଇଥିଲା । ତେବେ ଆଜି ପର୍ଯ୍ୟନ୍ତ ରିତେଶ କିଏ ଏବଂ ସେ କିପରି ଦେଖାଯାଉଛନ୍ତି ସେ ବିଷୟରେ କାହାରି ପାଖରେ କୌଣସି ସୂଚନା ନାହିଁ। ଯଦି ରାକ୍ଷୀଙ୍କୁ ବିଶ୍ୱାସ କରାଯାଏ, ତେବେ ଜୁଲାଇ ୨୦୧୯ ରେ ବିବାହ ପରେ ସେ ତାଙ୍କ ସ୍ୱାମୀ ରିତେଶଙ୍କୁ ଭେଟି ନାହାଁନ୍ତି।

Show More

Related Articles

Back to top button