ଓଡ଼ିଶାରାଜନୀତି

ଭଦ୍ରକ,ବରଗଡ଼,ବାଲେଶ୍ୱର ,କଟକ ଜିଲ୍ଲାର ପୌରଫଳ

ଅପଡେଟ ସୂଚନା ଅନୁଯାୟୀ ।

ଭୁବନେଶ୍ୱର : ଆଜି ପୌର ନିର୍ବାଚନ ଫଳାଫଳକୁ ନେଇ ସମସ୍ତଙ୍କ ମନରେ ଉତ୍ସାହ ଭରି ରହିଥିବା ବେଳେ ଗଣତି ଜାରି ରହିଛି । କେତେକ ସ୍ଥାନରେ ଫଳାଫଳ ମଧ୍ୟ ଆସିସାରିଛି । ତେବେ ବାଲେଶ୍ୱର ଜିଲ୍ଲା, ବରଗଡ ଜିଲ୍ଲା ,ଭଦ୍ରକ ଜିଲ୍ଲା ଏବଂ କଟକ ଜିଲ୍ଲାରେ ପୌରାଂଚଳର ଭୋଟ ଗଣତି ସମ୍ପର୍କରେ ଆସିଥିବୋ ଅପଡେଟ ସୂଚନା ଅନୁଯାୟୀ ।

ବାଲେଶ୍ୱର ଜିଲ୍ଲା -ବାଲେଶ୍ୱର ମୁନିସପାଲଟିରେ ବିଜେଡ଼ିର ସବିତା ସାହୁ ଆଗୁଆ, ସୋରରେ ବିଜେପିର ମାଧବଧଡ଼ା ଆଗୁଆ , ନୀଳଗିରିରେ ବିଜେପିର ଅର୍ଚ୍ଚନା  ସେଠୀ ବିଜୟୀ , ରେମୁଣାରେ ବିଜେଡ଼ିର ତନୁଗା ଗିରି ଆଗୁଆ , ଜଳେଶ୍ୱରରେ ବିଜେଡ଼ିର ପ୍ରତୀପ ପ୍ରଧାନ ଆଗୁଆ ।

ବରଗଡ଼ ଜିଲ୍ଲା-ବରଗଡ଼ ମୁନିସପାଲଟିରେ ବିଜେଡ଼ିର କଳ୍ପନା ମାଝୀ ବିଜୟୀ , ବିଜେପୁରରେ ବିଜେଡ଼ିର ସୀତା ବାରିକ ବିଜୟୀ , ବରପାଲିରେ ସ୍ୱାଧୀନ ପ୍ରାର୍ଥୀ ଦୀନେଶ ଗହୀର ଆଗୁଆ , ପଦମପୁରରେ ବିଜେଡ଼ିର ସାବିତ୍ରୀ ବାଗ ବିଜୟୀ ।

ଭଦ୍ରକ ଜିଲ୍ଲା-ବାସୁଦେବପୁରରେ ବିଜେଡ଼ିର ନିବେଦିତା ବେହେରା ଆଗୁଆ , ବୌଦ୍ଧ ଏନଏସିରେ ବିଜେଡ଼ିର ମୃତୁ୍ୟଞ୍ଜୟ ମିଶ୍ର ବିଜୟୀ , ଚାନ୍ଦବାଲିରେ ବିଜେଡ଼ିର ଶାନ୍ତିଲତା ସେଠୀ ଆଗୁଆ ।

କଟକ ଜିଲ୍ଲା-ଆଠଗଡ଼ରେ ବିଜେଡ଼ିର ସସ୍ମିତା ରାଉତ ବିଜୟୀ , ବାଙ୍କୀରେ ବିଜେଡ଼ିର ମାଣିକ ସାହୁ ବିଜୟୀ

Show More

Related Articles

Back to top button