Breaking PLUSଓଡ଼ିଶାମୁଖ୍ୟ ଖବରରାଜନୀତି

ପୌର ନିର୍ବାଚନ କସରତ

ନାମାଙ୍କନ ପତ୍ର ଫେରାଇନେଲେ ୬୪୧ ପ୍ରାର୍ଥୀ ,ଏବେ ମଇଦାନରେ ୬୪୧୧ ଜଣ

ପୌର ନିର୍ବାଚନ କସରତ । ନାମାଙ୍କନ ପତ୍ର ଫେରାଇନେଲେ ୬୪୧ ପ୍ରାର୍ଥୀ । ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଅନୁସାରେ ଏବେ ମଇଦାନରେ ମୋଟ ୬ ହଜାର ୪ଶହ ୧୧ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ୫ହଜାର ୮୫୨ କର୍ପୋରେଟର ଓ କାଉନସିଲର ପ୍ରାର୍ଥୀ ଥିବା ବେଳେ , ୫୬୯ ମେୟର ଓ ପୌରାଧ୍ୟକ୍ଷ ପଦବୀ ପାଇଁ ଲଢ଼େଇ କରୁଥିବା ପ୍ରାର୍ଥୀ ମଇଦାନରେ ରହିଛନ୍ତି । ସେପଟେ ଭୁବନେଶ୍ବର ମହାନଗର ନିଗମ ନିର୍ବାଚନ ପାଇଁ ମଧ୍ୟ ପ୍ରକାଶ ପାଇଛି ଚୂଡାନ୍ତ ପ୍ରାର୍ଥୀ ତାଲିକା । ଶେଷ ଦିନରେ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଛନ୍ତି ୪୪ ଜଣ । ପୂର୍ବରୁ ୮ ଜଣ ପ୍ରାର୍ଥୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିଥିଲେ । ମୋଟ ୫୨ ଜଣ ପ୍ରାର୍ଥୀ ନାମାଙ୍କନ ପ୍ରତ୍ୟାହର କରିଛନ୍ତି । ଭୁବନେଶ୍ୱର ମହାନଗର ନିଗମରେ ପ୍ରାର୍ଥୀ ହେବା ପାଇଁ ୩୯୬ ଟି ଫର୍ମ କିଣାଯାଇଥିଲା।

ଜଣେ କଂଗ୍ରେସ ପ୍ରାର୍ଥୀ ଓ ଅନ୍ୟ ୫୧ ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିଥିବା ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ । ବର୍ତ୍ତମାନ ବିଏମସି ନିର୍ବାଚନୀ ମଇଦାନରେ ଅଛନ୍ତି ୨୮୯ ପ୍ରାର୍ଥୀ । ସୂଚନାଯୋଗ୍ୟ ଯେ, ଭୁବନେଶ୍ବର, କଟକ ଓ ବ୍ରହ୍ମପୁର ମହାନଗର ନିଗମ ସମେତ ୪୭ ଟି ପୌର ପରିଷଦ ଓ ୫୯ଟି ଏନଏସିର ମୋଟ ୧ ହଜାର ୮୯୯ଟି ଓ୍ବାର୍ଡରେ ଆସନ୍ତା ୨୪ ତାରିଖରେ ନିର୍ବାଚନ ହେବ । ଏଥି ପାଇଁ ମୋଟ ୪ ହଜାର ୪୭୫ଟି ବୁଥରେ ପ୍ରାୟ ୪୧ଲକ୍ଷ ଭୋଟର ନିଜର ମତଦାନ ସାବ୍ୟସ୍ତ କରିବେ ।

Show More

Related Articles

Back to top button