Breaking PLUSଖେଳଦେଶ ବିଦେଶମୁଖ୍ୟ ଖବର

ଟେବୁଲ ଟପରେ ରହିବା ପାଇଁ ଆଜି ମୁହାଁମୁହିଁ ହେବେ ଦିଲ୍ଲୀ-ମୁମ୍ୱାଇ

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2020) ର ଚଳିତ ସିଜନରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର (11 ଅକ୍ଟୋବର) ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଏହି ମ୍ୟାଚରେ ଉଭୟ ଦଳର ଅନେକ ମହାରଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ପ୍ରଶଂସକ ମାନେ ଚାହିଁ ରହିଛନ୍ତି ।

ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍ 2020) ର ଚଳିତ ସିଜନରେ କ୍ରମାଗତ ଭାବେ ଭଲ ପ୍ରଦର୍ଶନ କରୁଥିବା ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ରବିବାର (11 ଅକ୍ଟୋବର) ଆବୁଧାବିର ଶେଖ ଜାଏଦ ଷ୍ଟାଡିୟମରେ ମୁହାଁମୁହିଁ ହେବେ। ଏହି ମ୍ୟାଚରେ ଉଭୟ ଦଳର ଅନେକ ମହାରଥୀଙ୍କ ମଧ୍ୟରେ ଜୋରଦାର ଲଢେଇ ହେବ ବୋଲି ପ୍ରଶଂସକ ମାନେ ଚାହିଁ ରହିଛନ୍ତି ।

ଉଭୟ ଦଳ ଗୋଟିଏ କିମ୍ବା ଦୁଇ ଖେଳାଳିଙ୍କ ଉପରେ ନିର୍ଭରଶୀଳ ନୁହଁନ୍ତି | ଉଭୟ ଦଳର ସମସ୍ତ ଖେଳାଳି ଚମତ୍କାର ପ୍ରଦର୍ଶନ କରୁଛନ୍ତି ଏବଂ ଦଳର ବିଜୟରେ ସହଯୋଗ କରୁଛନ୍ତି | 6 ଟି ମ୍ୟାଚରେ 5 ଟି ବିଜୟ ସହ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ ପଏଣ୍ଟ ଟେବୁଲରେ ଶୀର୍ଷରେ ରହିଛି। ଏଥି ସହିତ ମୁମ୍ବାଇ ଇଣ୍ଡିଆନ୍ସ 6 ଟି ମ୍ୟାଚରେ 4 ଟି ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି | ଉଭୟଙ୍କର ଶକ୍ତିଶାଳୀ ଖେଳାଳି ଅଛନ୍ତି |

ଉଭୟ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସରେ ଶକ୍ତିଶାଳୀ ଟପ୍ ଏବଂ ମିଡିଲ୍ ଅର୍ଡର ବ୍ୟାଟିଂ କ୍ରମ ରହିଛି । ଏପର୍ଯ୍ୟନ୍ତ ଏହି ଦୁଇ ଦଳ ଚତ୍ମକାର ପ୍ରଦର୍ଶନ କରିଆସିଛନ୍ତି | ଏହା ସହିତ ଉଭୟଙ୍କର ତୀକ୍ଷ୍ଣ ବୋଲିଂ ଆକ୍ରମଣ ମଧ୍ୟ ରହିଛି । ଜସପ୍ରୀତ ବୁମ୍ରା ଏବଂ ଟ୍ରେଣ୍ଟ ବୋଲ୍ଟଙ୍କର ବର୍ଷ ବର୍ଷର ଅଭିଜ୍ଞତା ଅଛି ଏବଂ ଏହା ଆଜିର ମ୍ୟାଚରେ ନିର୍ଣ୍ଣାୟକ ହୋଇପାରେ | ତେବେ ଆସନ୍ତୁ ନଜର ପକାଇବା ଉଭୟ ଦଳର ଖେଳାଳି ତାଲିକା ଉପରେ ।

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା (ଅଧିନାୟକ), ଆଦିତ୍ୟ ତାରେ, ଅନମୋଲପ୍ରୀତ ସିଂ, ଅନୁକୂଳ ରୟ, କ୍ରିସ୍ ଲିନ୍, ଧାୱାଲ କୁଲକର୍ଣ୍ଣି, ଦିଗବିଜୟ ଦେଶମୁଖ, ହାର୍ଦ୍ଦିକ ପାଣ୍ଡ୍ୟା, ଇଶାନ କିଶାନ, ଜେମ୍ସ ପାଟିନ୍ସନ୍, ଜସପ୍ରୀତ ବୁମ୍ରା, ଜୟନ୍ତ ଯାଦବ, କିରନ ପୋଲାର୍ଡ, କୃନାଲ ପାଣ୍ଡ୍ୟା, ମିଚେଲ ମାକଲିଘାନ୍ , ମୋହସିନ୍ ଖାନ୍, ନାଥାନ୍ କୁଲଟର ନାଇଲ୍, ପ୍ରିନ୍ସ ବଲୱନ୍ତ ରାୟ, କ୍ୱିଣ୍ଟନ୍ ଡି କକ୍, ରାହୁଲ ଚହର, ସୌରଭ ତିୱାରୀ, ଶେର୍ଫେନ୍ ରାଦରଫୋର୍ଡ, ସୂର୍ଯ୍ୟକୁମାର ଯାଦବ, ଟ୍ରେଣ୍ଟ ବୋଲ୍ଟ |

ଦିଲ୍ଲୀର କ୍ୟାପିଟାଲ୍ସ: ଶ୍ରେୟସ୍ ଆୟର (ଅଧିନାୟକ), ରବିଚନ୍ଦ୍ରନ୍ ଅଶ୍ୱିନ୍, ଶିଖର ଧାୱନ, ପୃଥ୍ୱୀ ଶ, ଶିମ୍ରନ୍ ହେଟମାୟର୍, କାଗିସୋ ରାବାଡା, ଅଜିଙ୍କ୍ୟ ରାହାନେ, ଅମିତ ମିଶ୍ରା, ଋଷଭ ପନ୍ତ, ଇଶାନ୍ତ ଶର୍ମା, ଅକ୍ଷର ପଟେଲ, ସନ୍ଦୀପ ଲାମିଚାନ, କେମୋ ପାଲ, ଡାନିଏଲ ସାମସ , ଏନ୍ରିକ୍ ନାରଜେ, ଆଲେକ୍ସ କେରି, ଆଭେଶ ଖାନ, ତୁଷାର ଦେଶପାଣ୍ଡେ, ହର୍ଷଲ ପଟେଲ, ମାର୍କସ ଷ୍ଟୋଇନିସ, ଲଲିତ ଯାଦବ।

Show More

Related Articles

Back to top button