ମେଦାନ୍ତରୁ ICUକୁ ସ୍ଥାନାନ୍ତରିତ ହେଲେ ମୁଲାୟମ ସିଂହ ଯାଦବ

ସ୍ୱାସ୍ଥ୍ୟବସ୍ଥାରେ ଆସୁନି ସୁଧାର । ମେଦାନ୍ତରୁ ICUକୁ ସିଫ୍ଟ ହେଲେ ମୁଲାୟମ ସିଂହ ଯାଦବ । ଗତ ସୋମବାର ସମାଜବାଦୀ ପାର୍ଟି(ସପା) ସଂରକ୍ଷକ ମୁଲାୟମ ସିଂହ ଯାଦବ ଅସୁସ୍ଥ ହୋଇପଡିବାରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏପର୍ଯ୍ୟନ୍ତ କୌଣସି ସୁଫଳ ନମିଳିବାରୁ କ୍ରିଟିକାଲ କେୟାର ୟୁନିଟ୍ ରୁ ଆଇସିୟୁକୁ ସ୍ଥାନାନ୍ତରିତ ହୋଇଛନ୍ତି ।
ତାଙ୍କ ଚିକିତ୍ସାରେ ବିଶେଷଜ୍ଞ ଡାକ୍ତରଙ୍କ ଟିମ୍ ୨୪ ଘଣ୍ଟା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ସେପଟେ ମୁଲାୟମ ସିଂହଙ୍କ ନିକଟ ସମ୍ପର୍କୀୟ ମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରି ହବନ ପୂଜନ ମଧ୍ୟ ଚଳାଇଛନ୍ତି। କୁହାଯାଉଛି ମୁଲାୟମଙ୍କ ପ୍ରୋଟେଷ୍ଟ ସମ୍ପର୍କିତ ସମସ୍ୟା ରହିଛି। ଏଣୁ ତାଙ୍କୁ ମେଦାନ୍ତ ହସ୍ପିଟାଲର ବିଶେଷଜ୍ଞଙ୍କ ଚିକିତ୍ସାରେ ରଖା ଯାଇଛି।
ଉଲ୍ଲେଖଯୋଗ୍ୟ ,ଏହା ପୂର୍ବରୁ ଜୁନ ୧୫ ତାରିଖରେ ତାଙ୍କୁ ମେଦାନ୍ତରେ ଭର୍ତ୍ତି କରାଯାଇଥିଲା। ସେତେବେଳେ ତାଙ୍କ ସ୍ୱାସ୍ଥ୍ୟର ରୁଟିନ ଯାଞ୍ଚ କରି ଡାକ୍ତରମାନେ ଛାଡି ଦେଇଥିଲେ। ତେବେ ଗତ ଅଗଷ୍ଟ ମାସ ପରଠାରୁ ତାଙ୍କ ସ୍ୱାସ୍ଥ୍ୟ ବାରମ୍ବାର ଖରାପ ହେଉଛି।