ଦେଶମନୋରଞ୍ଜନସେଲିବ୍ରିଟି

ରାବଣକୁ ମୁସଲମାନ ଶାସକ ଭଳି ସଜେଇ ଫସିଲେ ‘ଆଦି ପୁରୁଷ’ର ନିର୍ମାତା

‘ଆଦି ପୁରୁଷ’ର ଟିଜର ରିଲିଜ ପରେ ବିବାଦ ପରିସର ମଧ୍ୟକୁ ଆସିଛି । ଫିଲ୍ମର ଟିଜର ଦେଖି ଅସନ୍ତୋଷ ପ୍ରକାଶ କରିଛନ୍ତି ସାଧାରଣ ଜନତା । ଏହା ଏକ ଫିଚର ଫିଲ୍ମ ବୋଲି ନିର୍ମାତା କହୁଥିବାବେଳେ ଏଥିରେ ଅଧାରୁ ଅଧିକ ଆନିମେସନ ବା କାର୍ଟୁନ ପରି ଦୃଶ୍ୟମାନ ହେଉଛି ।

ଫିଲ୍ମର ବିଜିଏମ ଓ ଶରଦ କେଲକରଙ୍କ ସଂଳାପ ବେଶ୍ ପ୍ରଭାବଶାଳୀ, ହେଲେ ରାବଣ ଭୂମିକାରେ ସୈଫ ଅଲ୍ଲି ଖାନଙ୍କୁ ଯେପରି ଚିତ୍ରିତ କରାଯାଇଛି ତାହା ବାସ୍ତବିକ ଆପତ୍ତିଜନକ। ଭାରତୀୟ ବେଦ ଓ ପୁରଣାରେ ରାବଣଙ୍କୁ ଭଗବାନ ଶିବଙ୍କ ବହୁତ ଭଡ଼ ଭକ୍ତ ଭାବେ ଦର୍ଶାଯାଇଛି। ରାବଣ ହିନ୍ଦୁ ଥିଲେ ଓ ପ୍ରକାଣ୍ଡ ପଣ୍ଡିତ ମଧ୍ୟ ଥିଲେ। ତେବେ ଫିଲ୍ମରେ ରାବଣ ହୋଇଥିବା ସୈଫ କୌଣସି ଦୃଷ୍ଟିରୁ ଲଙ୍କାପତି ଲାଗୁ ନାହାନ୍ତି। ଆଦିପୁରୁଷରେ ଲଙ୍କାପତି ରାବଣଙ୍କୁ ତ୍ରୁଟିପୂର୍ଣ୍ଣ ଚିତ୍ରିତ କରାଯାଇଛି।

ଫିଲ୍ମରେ କୌଣସି ଦୃଷ୍ଟିରୁ ରାବଣ ହିନ୍ଦୁ ଓ ବ୍ରାହ୍ମଣ ଲାଗୁ ନାହାନ୍ତି। ଫିଲ୍ମର ପ୍ରତ୍ୟେକ ଫ୍ରେମରେ ସେ ରାବଣ କମ୍ ମୁସଲମାନ ଶାସକ ଖିଲଜୀ, ଆଉରଙ୍ଗଜେବ୍ ଅଧିକ ଲାଗୁଛନ୍ତି। ମେକର୍ସ ନୂଆ କରିବା ଚକ୍କରରେ ଏପରି କରିବସିଛନ୍ତି।ରାମାୟଣ ଭଳି ମହାକାବ୍ୟକୁ ଏପରି ଚିତ୍ରିତ କରିବା ବାସ୍ତବିକ ନିନ୍ଦନୀୟ।

ସେହିପରି ରାବଣଙ୍କ ବ୍ୟାତୀତ ଫିଲ୍ମରେ ହନୁମାନ ଓ ଜାମ୍ବବନ୍ତଙ୍କୁ ମଧ୍ୟ ଭୁଲ ଚିତ୍ରିତ କରାଯାଇଛି। ୟୁନିକ୍ କନସେପ୍ଟ କହି ଓମ ରାଉତ ବଜରଙ୍ଗବଲି ଓ ବାନର ସେନାଙ୍କୁ ଅପମାନିତ କରିଛନ୍ତି।

ଦେଶର ଭିନ୍ନ ଭନ୍ନ ଭାଗରେ ଫିଲ୍ମ ଟିଜରକୁ ବିରୋଧ କରାଯାଉଛି। ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଫିଲ୍ମ ନିର୍ମାତାଙ୍କୁ ଚେତାବନୀ ଦେବାକୁ ପଛେଇ ନାହାନ୍ତି। ମିଶ୍ର ଆଦିପୁରୁଷ ଟିଜର ସବୁ ଦୃଷ୍ଟିରୁ ଆମ ଆସ୍ଥା ଉପରେ କୁଠାରଘାତ କରିଛି ବୋଲି କହିଛନ୍ତି। ଆମ ଆସ୍ଥାର କେନ୍ଦ୍ରବିନ୍ଦୁକୁ ଠିକ ରୂପେ ଫିଲ୍ମରେ ଦର୍ଶାଯାଇ ନଥିବା ସେ କହିଛନ୍ତି। ହନୁମାନଜୀଙ୍କୁ ଭୁଲ ଚିତ୍ରଣ କରାଯାଇଛି। ତାଙ୍କ ବସ୍ତ୍ର ଭୁଲ ଭାବେ ଦର୍ଶାଯାଇଛି। ହନୁମାନ ଚାଳିଶାରେ ହନୁମାନଜୀଙ୍କ ସ୍ପଷ୍ଟ ଚିତ୍ରଣ ରହିଛି। ଏହା ବାଦେ ନିର୍ମାତା ଏତେ ଭୁଲ କଲେ କିପରି ବୋଲି ମିଶ୍ର ପ୍ରଶ୍ନ କରିଛନ୍ତି। ଯଦି ଏହି ଚିତ୍ରଣ ଫିଲ୍ମରୁ ନ ହଟିଲା ତେବେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଧମକ ମଧ୍ୟ ଦେଇଛନ୍ତି।

Show More

Related Articles

Back to top button